• Wed. Sep 16th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଓଡ଼ିଶାରେ କମିଲା କିଶୋରୀ ଗର୍ଭଧାରଣ, ଆଦିବାସୀ ଜିଲ୍ଲାରେ ବାଲ୍ୟ ବିବାହ ଚିନ୍ତା

Byodishri Live

Sep 15, 2026

ଭୁବନେଶ୍ୱର (ଓଡ଼ିଶ୍ରୀ ସମ୍ବାଦ): ଓଡ଼ିଶାରେ କିଶୋରୀ ଗର୍ଭଧାରଣ ହାରରେ କିଛିଟା ହ୍ରାସ ଘଟିଥିବା ବେଳେ ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକରେ ବାଲ୍ୟ ବିବାହ ଏବେ ବି ଚିନ୍ତାର କାରଣ ପାଲଟିଛି। ତଥ୍ୟ ଅନୁଯାୟୀ, ରାଜ୍ୟରେ ୧୫ରୁ ୧୯ ବର୍ଷ ବୟସର ଝିଅମାନଙ୍କ ମଧ୍ୟରେ ଗର୍ଭଧାରଣ ହାର ୭.୫ ପ୍ରତିଶତରୁ ହ୍ରାସ ପାଇ ୬.୫ ପ୍ରତିଶତରେ ପହଞ୍ଚିଛି।

ଜିଲ୍ଲାୱାରୀ ତଥ୍ୟକୁ ଦେଖିଲେ, କଟକରେ କିଶୋରୀ ଗର୍ଭଧାରଣ ହାର ସର୍ବନିମ୍ନ ୦.୯ ପ୍ରତିଶତ ଥିବା ବେଳେ ଗଞ୍ଜାମରେ ଏହା ୨.୭ ପ୍ରତିଶତ ରହିଛି। ମହିଳା ଶିକ୍ଷାର ପ୍ରସାର ଓ ସଚେତନତା ବୃଦ୍ଧି ଏହି ହ୍ରାସର ପ୍ରମୁଖ କାରଣ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ, କେନ୍ଦୁଝରରେ କିଶୋରୀ ଗର୍ଭଧାରଣ ହାର ସର୍ବାଧିକ ୧୫ ପ୍ରତିଶତ ରହିଥିବା ବେଳେ ମୟୂରଭଞ୍ଜରେ ୧୪.୮ ପ୍ରତିଶତ ଏବଂ ମାଲକାନଗିରିରେ ୧୪.୧ ପ୍ରତିଶତ ରହିଛି। ଏହି ଜିଲ୍ଲାଗୁଡ଼ିକରେ ବାଲ୍ୟ ବିବାହ ରୋକିବା ସହ ଛାତ୍ରୀମାନଙ୍କୁ ଶିକ୍ଷା ଓ ସଠିକ୍ ପରାମର୍ଶ ଦେବା ଉପରେ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି।

ବିଶେଷଜ୍ଞଙ୍କ ମତରେ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍ତରରେ ଛାତ୍ରୀମାନଙ୍କୁ ପ୍ରଜନନ ସ୍ୱାସ୍ଥ୍ୟ, ଶିକ୍ଷା ଓ ସଚେତନତା ସମ୍ପର୍କିତ ସଠିକ୍ ପରାମର୍ଶ ଦିଆଗଲେ କିଶୋରୀ ଗର୍ଭଧାରଣ ହାରକୁ ଆହୁରି କମାଯାଇପାରିବ।

କିଛି ଜିଲ୍ଲାରେ ହୋଇଥିବା ଉନ୍ନତି ମହିଳା ଶିକ୍ଷାର ପ୍ରସାର, ଇଣ୍ଟରନେଟ୍‌ ସୁବିଧା ଏବଂ ପ୍ରଜନନ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା ବୃଦ୍ଧି ସହ ଜଡ଼ିତ ବୋଲି କୁହାଯାଉଛି। ତେବେ ଆଦିବାସୀ ଓ ଗ୍ରାମାଞ୍ଚଳରେ ହାର ଏବେ ବି ଦୁଇ ଅଙ୍କରେ ରହିଥିବାରୁ ବାଲ୍ୟ ବିବାହ ରୋକିବା ଓ କିଶୋରୀମାନଙ୍କ ପାଇଁ ସ୍ୱତନ୍ତ୍ର ସଚେତନତାମୂଳକ ପଦକ୍ଷେପ ନେବା ଆବଶ୍ୟକତା ରହିଛି।

Spread the love

Leave a Reply

Your email address will not be published. Required fields are marked *