• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବାଳାଶ୍ରମରେ କେକ୍‌ କାଟି ୪୮ତମ ଜନ୍ମଦିନ ପାଳିଲେ ମିଲା ସିଂହ

Byodishri Live

Oct 30, 2026

ଅନ୍ତେବାସୀଙ୍କ ସହ ଖୁସି ବାଣ୍ଟିଲେ, ସନ୍ଧ୍ୟାରେ ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ସମ୍ବର୍ଦ୍ଧିତ

କଟକ (ଓଡ଼ିଶ୍ରୀ ସମ୍ବାଦ): ନିଜର ୪୮ତମ ଜନ୍ମଦିନକୁ ଏକ ନିଆରା ଓ ସମ୍ବେଦନଶୀଳ ଢଙ୍ଗରେ ପାଳନ କରିଛନ୍ତି ଯୁବ ସମାଜସେବୀ ରବି ଶରଣ ସିଂହ (ମିଲା)। କଟକ ସଦରର ପୂର୍ବତନ ବିଧାୟକ ତଥା ବିଶିଷ୍ଟ ଶ୍ରମିକ ନେତା ରାଜେନ୍ଦ୍ର ସିଂହଙ୍କ ସୁପୁତ୍ର ମିଲା ଶୁକ୍ରବାର ନୂଆପଡ଼ାସ୍ଥିତ ବାଳାଶ୍ରମର ଅନ୍ତେବାସୀଙ୍କ ଗହଣରେ ନିଜ ଜନ୍ମଦିନ ପାଳନ କରିଥିଲେ।

ଏହି କାର୍ଯ୍ୟକ୍ରମରେ କଟକ ସଦର ବିଧାୟକ ଇଂ. ପ୍ରକାଶ ସେଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ମିଲାଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ। ଏହାପରେ ଆଶ୍ରମର କୁନି କୁନି ପିଲାଙ୍କ ଗହଣରେ କେକ୍‌ କଟାଯାଇ ଜନ୍ମଦିନ ପାଳନ କରାଯାଇଥିଲା। ମିଲା ପିଲାମାନଙ୍କୁ କେକ୍‌ ଖୁଆଇବା ସହ ବାଳାଶ୍ରମର ସମସ୍ତ ଅନ୍ତେବାସୀଙ୍କୁ ସୁସ୍ୱାଦୁ ଖାଦ୍ୟ ବଣ୍ଟନ କରାଯାଇଥିଲା।

ଏହି ଆୟୋଜନରେ କର୍ପୋରେଟର ରାକେଶ ସ୍ୱାଇଁ, କୈଳାଶ ବସ୍ତିଆ, ରଞ୍ଜିତ ଜେନାଙ୍କ ସମେତ ଅନେକ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଜନ୍ମଦିନ ପାଳନ

ସେହିପରି ସନ୍ଧ୍ୟାରେ ଓଏମ୍‌ପି ଡାକବଙ୍ଗଳାଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ମିଲା ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ଉପସ୍ଥିତ ସାମ୍ବାଦିକମାନେ ମିଲାଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ନିଜ ପ୍ରତିକ୍ରିୟାରେ ମିଲା କହିଥିଲେ, “ଗଣମାଧ୍ୟମ ସର୍ବଦା ଶୋଷିତ ଓ ବଞ୍ଚିତଙ୍କ ନିମନ୍ତେ ନ୍ୟାୟର ସ୍ୱର ହୋଇ ରହୁ।”

ଏହି ସନ୍ଧ୍ୟା କାର୍ଯ୍ୟକ୍ରମରେ ସାମ୍ବାଦିକ ନିରଞ୍ଜନ ପଟ୍ଟନାୟକ, ବିଶ୍ୱଜିତ ଧଳ, ମଣ୍ଟୁ ସାହୁ, ମନୋଜ ମହାନ୍ତି, ରଞ୍ଜନ ବେହେରା, ସନ୍ତୋଷ ବେହେରା, ରାଧାକାନ୍ତ ଦାଶ ଓ ସିଦ୍ଧାର୍ଥ ଶଙ୍କର ବରାଳ ପ୍ରମୁଖ ଉପସ୍ଥିତ ରହି ମିଲାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *