• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ମାହାଙ୍ଗାରେ ଇନ୍ଦିରା ଗାନ୍ଧୀଙ୍କ ୪୩ତମ ତିରୋଧାନ ଦିବସ ପାଳିତ

Byodishri Live

Nov 1, 2026

କୁହୁଣ୍ଡା ହାଟସ୍ଥିତ ପ୍ରତିମୂର୍ତ୍ତିରେ କଂଗ୍ରେସ କର୍ମକର୍ତ୍ତାଙ୍କ ମାଲ୍ୟାର୍ପଣ

ମାହାଙ୍ଗା, (ଓଡ଼ିଶ୍ରୀ ସମ୍ବାଦ): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୪୩ତମ ତିରୋଧାନ ଦିବସ ଅବସରରେ ମାହାଙ୍ଗାର କୁହୁଣ୍ଡା ହାଟଠାରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା।

କଟକ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରୀତି ଛନ୍ଦା କୈବଲ୍ୟ ନାୟକଙ୍କ ନେତୃତ୍ୱରେ କଂଗ୍ରେସ କର୍ମକର୍ତ୍ତାମାନେ କୁହୁଣ୍ଡା ହାଟସ୍ଥିତ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ତାଙ୍କ ପ୍ରତି ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଉଗ୍ରସେନ ଭୂୟାଁ, ବସନ୍ତ ମହାନ୍ତି, ଭାଗ୍ୟଧର ରାଉତ, ରାମଚନ୍ଦ୍ର ଜେନା, ସୁମନ୍ତ କୁମାର ପଲେଇ, ପ୍ରଦୀପ୍ତ ବିଶ୍ୱାଳ, ସରସ୍ୱତୀ ବେହେରା, ଭଗବାନ ସେଠୀ, ମଧୁସୂଦନ ମଲ୍ଲିକ, ଅଜୟ ଜେନା, ବାବାଜି ସାହୁ, ପୀର ପୃଷ୍ଟି, ବିବେକାନନ୍ଦ ମହାପାତ୍ର, ରମେଶ ସାମଲ, ଅଶୋକ କର, ତାପସ ରାଉତ ଓ ଭରତ ବେହାରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ସମସ୍ତେ ଇନ୍ଦିରା ଗାନ୍ଧୀଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *