ସାତଦିନିଆ ମହୋତ୍ସବରେ ଭକ୍ତିମୟ ପରିବେଶ, ପ୍ରତିଫଳିତ ହେଲା ସାମାଜିକ ଏକତାର ବାର୍ତ୍ତା
ଫୁଲନଖରା (ଓଡ଼ିଶ୍ରୀ ସମ୍ବାଦ): କଟକ ସଦର ଥାନା ଅନ୍ତର୍ଗତ ମହିଧରପଡ଼ାସ୍ଥିତ ପ୍ରାଚୀନ ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହାଆଡ଼ମ୍ବର ଓ ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଛି। ପ୍ରତିବର୍ଷ ପରି ଚଳିତ ୨୦୨୬ ମସିହାରେ ମଧ୍ୟ ଆଞ୍ଚଳିକ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଅକ୍ଟୋବର ୨୫ରୁ ୩୧ ତାରିଖ ପର୍ଯ୍ୟନ୍ତ ସାତଦିନ ଧରି ମା’ଙ୍କ ପୂଜାର୍ଚ୍ଚନା ସହ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଅବସରରେ ମା’ ଗଜଲକ୍ଷ୍ମୀଙ୍କୁ ବିଧିବିଧାନ ଅନୁଯାୟୀ ପୂଜା କରାଯିବା ସହ ଶ୍ରଦ୍ଧାଳୁମାନେ ଭକ୍ତିପୂତ ଭାବେ ଆରାଧନା କରିଥିଲେ। ଧନ, ଧାନ୍ୟ, ସମୃଦ୍ଧି ଓ ଐଶ୍ୱର୍ଯ୍ୟର ଦେବୀ ମା’ଙ୍କ କୃପା ଲାଭ କରିବା ଉଦ୍ଦେଶ୍ୟରେ ଭକ୍ତମାନେ ପୂଜାର୍ଚ୍ଚନା କରିଥିଲେ। ପୂଜାକୁ କେନ୍ଦ୍ର କରି ମହିଧରପଡ଼ା ଅଞ୍ଚଳରେ ଭକ୍ତି ଓ ଆଧ୍ୟାତ୍ମିକତାର ପରିବେଶ ସୃଷ୍ଟି ହୋଇଥିଲା।
ପୂଜାରେ କର୍ତ୍ତା ଭାବେ ଦୁର୍ଗାପ୍ରସାଦ ମହାପାତ୍ର, ସୁନିଲ ରଥ ଓ ସୂର୍ଯ୍ୟନାରାୟଣ ବାରିକ ଦାୟିତ୍ୱ ତୁଲାଇଥିବା ବେଳେ କର୍ତ୍ତୀ ଭାବେ ରଞ୍ଜିତା ମହାପାତ୍ର, ରିନୋଦିନୀ ରଥ ଓ ଅନିତା ବାରିକ ସହଯୋଗ କରିଥିଲେ। କମିଟି ସଭାପତି ସନ୍ତୋଷ କୁମାର ରଥ ଓ ଉପସଭାପତି ନଳିନୀକାନ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ପୂଜା ମହୋତ୍ସବ ଆୟୋଜିତ ହୋଇଥିଲା।
କମିଟିର ସଦସ୍ୟ ମନୋଜ ନାୟକ, ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଶାନ୍ତ ଦାସ, କଳ୍ପତରୁ ଖୁଣ୍ଟିଆ, ବିଶ୍ୱନାଥ ବେହେରା, ବାପିନା ପଟ୍ଟନାୟକ, ରୀତାରାଣୀ ରଥ, ମନୋରଞ୍ଜନ ବେହେରା, ଅଶୋକ କୁମାର ରଥ, ଆଶୁତୋଷ ଦାଶ, ଓମ୍ ପ୍ରକାଶ ଦାଶ, ଶ୍ରୀନିବାସ ଦାଶ, ଲଳିତ କୁମାର ରଥ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସାଗରଚନ୍ଦ୍ର ଦାଶ, ସୁବତ କୁମାର ଦାସ, ଶିଶିର କୁମାର ମୁଦୁଲି, ବିପ୍ଳବ ଯାଦବ, ପ୍ରଫୁଲ୍ଲ କୁମାର ଶୁକ୍ଲା, ପ୍ରଶାନ୍ତ ପାତ୍ର, ଗୋଲେଖ ପାତ୍ର, ସରୋଜ ଯାଦବ, ବାବୁଲି ଭୋଇ, ଗୋବିନ୍ଦ ଲେଙ୍କା, ପ୍ରଶାନ୍ତ ବେହେରା, ଜୀବନ ମହାପାତ୍ର ଓ ମନୋରଞ୍ଜନ ରଥ ପ୍ରମୁଖ ସହଯୋଗ କରିଥିଲେ। ପୂଜକ ସୂର୍ଯ୍ୟକାନ୍ତ ପଣ୍ଡା ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ।
ଆଞ୍ଚଳିକ ଗଜଲକ୍ଷ୍ମୀ ପୂଜା କମିଟିର ସଦସ୍ୟ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗରେ ସାତଦିନିଆ ଏହି ଧାର୍ମିକ ଉତ୍ସବ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା। ମା’ ଗଜଲକ୍ଷ୍ମୀଙ୍କ ଆଶୀର୍ବାଦରେ ଅଞ୍ଚଳବାସୀଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରି ପୂଜା ମହୋତ୍ସବର ସମାପନ କରାଯାଇଥିଲା।
