ମୁରିବାହାଲ, (ଓଡ଼ିଶ୍ରୀ ସମ୍ବାଦ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ହାଇସ୍କୁଲ ପଡ଼ିଆଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମେଳାକୁ ଉଦ୍ଘାଟନ କରିଥିଲେ।
କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଶ୍ରୀବଚ୍ଛ ବେହେରା, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଳା ମାଝୀ ଓ ସରପଞ୍ଚ ସଂଘ ସଭାପତି ବିଶ୍ୱବିହାରୀ ଯୋଶୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ମେଳାରେ ମତ୍ସ୍ୟଚାଷ ଓ ପଶୁପାଳନର ଆଧୁନିକ ପଦ୍ଧତି, ବିଭିନ୍ନ ସରକାରୀ ଯୋଜନା ଏବଂ ଏହି କ୍ଷେତ୍ରରେ ଆୟ ବୃଦ୍ଧିର ସମ୍ଭାବନା ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରାଯାଇଥିଲା। ପାରମ୍ପରିକ ଚାଷ ସହିତ ମତ୍ସ୍ୟଚାଷ ଓ ପଶୁପାଳନକୁ ଆପଣାଇଲେ ଚାଷୀମାନେ ଅଧିକ ଆୟ କରିବା ସହ ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ସଫଳ ଚାଷୀମାନଙ୍କୁ ଅନୁଦାନ ରାଶିର ଚେକ୍ ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଶାରଦା ପ୍ରସାଦ ସିଂ ବରିହା, ମୁଖ୍ୟ ଜିଲ୍ଲା ମତ୍ସ୍ୟ ଅଧିକାରୀ ରେଶମାରାଣୀ ସିଂ, ଡା. ସୁବେନ୍ଦୁ ସୁଧା ସାରଙ୍ଗୀ, ତହସିଲଦାର ଜଗଦୀଶ କର୍ତ୍ତାମୀ, ବିଡିଓ ବାସନ୍ତୀ ସେଠୀ, ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଭୋଗିନ୍ଦ୍ରନାଥ ମେହେର, ଡା. ନିହାର ରଞ୍ଜନ ଦେବତା, ଡା. ଅଞ୍ଜଳି ପ୍ରଧାନ ଓ ସହକାରୀ ମତ୍ସ୍ୟ ଅଧିକାରୀ ସୀମା ପ୍ରଧାନ ଉପସ୍ଥିତ ଥିଲେ।
ମୁରିବାହାଲ ଏମ୍ଭିୟୁର ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ମୌସୁମୀ ବର୍ଷା ବନାନୀ ମାଝୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ତୁରେକେଲା, ବଙ୍ଗୋମୁଣ୍ଡା, କଣ୍ଟାବାଞ୍ଜି ଓ ମୁରିବାହାଲର ପ୍ରାଣୀ ଚିକିତ୍ସା ଅଧିକାରୀମାନେ ମେଳା ପରିଚାଳନାରେ ସହଯୋଗ କରିଥିଲେ।
