• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଭୁବନେଶ୍ୱରରେ T.I.M.E. ବି-ସ୍କୁଲ୍ ମେଳା ୨୦୨୬ ଉଦ୍‌ଯାପିତ

Byodishri Live

Nov 3, 2026

CAT-୨୦୨୬ ଆଶାୟୀଙ୍କୁ ମିଳିଲା କ୍ୟାରିୟର ମାର୍ଗଦର୍ଶନ; ବିଭିନ୍ନ ପ୍ରତିଷ୍ଠିତ ବିଜନେସ୍ ସ୍କୁଲ୍‌ର ପ୍ରତିନିଧିଙ୍କ ସହ ଆଲୋଚନା

ଭୁବନେଶ୍ୱର, (ଓଡ଼ିଶ୍ରୀ ସମ୍ବାଦ): ଉଚ୍ଚଶିକ୍ଷା ଓ ଭବିଷ୍ୟତ କ୍ୟାରିୟର ଚୟନ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଦିଗ୍‌ଦର୍ଶନ ଦେବା ଉଦ୍ଦେଶ୍ୟରେ T.I.M.E. ଭୁବନେଶ୍ୱର ପକ୍ଷରୁ ଆୟୋଜିତ ‘T.I.M.E. B-School Fair 2026’ ସଫଳତାର ସହ ଉଦ୍‌ଯାପିତ ହୋଇଛି। ସ୍ଥାନୀୟ ଦ ପ୍ରେସିଡେନ୍ସି ହୋଟେଲର ଖାରବେଳ ଦରବାର ବ୍ୟାଙ୍କେଟ୍‌ରେ ଆୟୋଜିତ ଏହି ମେଳାରେ ଦେଶର ବିଭିନ୍ନ ପ୍ରତିଷ୍ଠିତ ବିଜନେସ୍ ସ୍କୁଲ୍‌ ଅଂଶଗ୍ରହଣ କରିଥିଲେ।

ବିଶେଷକରି CAT-2026 ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଆଶାୟୀ ଛାତ୍ରଛାତ୍ରୀଙ୍କ ପାଇଁ ଏହି ମେଳା ଉପଯୋଗୀ ହୋଇଥିଲା। ଏଠାରେ ଛାତ୍ରଛାତ୍ରୀମାନେ ବିଭିନ୍ନ ବିଜନେସ୍ ସ୍କୁଲ୍‌ର ପ୍ରତିନିଧିଙ୍କ ସହ ସିଧାସଳଖ ଆଲୋଚନା କରି ନାମଲେଖା ପ୍ରକ୍ରିୟା, ପାଠ୍ୟକ୍ରମ ଓ ଭବିଷ୍ୟତରେ ଚାକିରି ସୁଯୋଗ ସମ୍ପର୍କରେ ତଥ୍ୟ ହାସଲ କରିଥିଲେ।

ଏହାସହ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଓ ବ୍ୟକ୍ତିଗତ ପ୍ରୋଫାଇଲ୍‌ର ମୂଲ୍ୟାଙ୍କନ କରାଯାଇଥିଲା। CAT ପରୀକ୍ଷାରେ ଭଲ ପ୍ରଦର୍ଶନ ପାଇଁ ପ୍ରସ୍ତୁତି କୌଶଳ ଓ ମକ୍ ଟେଷ୍ଟର ବିଶ୍ଳେଷଣ ସମ୍ପର୍କରେ ସ୍ୱତନ୍ତ୍ର ଅଧିବେଶନ ମଧ୍ୟ ଆୟୋଜିତ ହୋଇଥିଲା। ଏହି ଅବସରରେ ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜନେସ୍ (ISB) ପକ୍ଷରୁ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ହୋଇଥିଲା।

T.I.M.E. ଭୁବନେଶ୍ୱରର କେନ୍ଦ୍ର ନିର୍ଦ୍ଦେଶକ ଇନ୍ଦର ଚୋପ୍ରା କହିଥିଲେ ଯେ, ଏଭଳି ମେଳା ଛାତ୍ରଛାତ୍ରୀଙ୍କୁ ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ସହ ଯୋଡ଼ିବା ସହ ନିଜ ଭବିଷ୍ୟତ ପାଇଁ ଉପଯୁକ୍ତ ଶିକ୍ଷାନୁଷ୍ଠାନ ବାଛିବାରେ ସହାୟକ ହୋଇଥାଏ।

୧୯୯୨ ମସିହାରୁ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟରତ T.I.M.E. ବର୍ତ୍ତମାନ ଦେଶର ୯୦ଟି ସହରରେ ୧୯୪ଟି କେନ୍ଦ୍ର ମାଧ୍ୟମରେ ବିଭିନ୍ନ ପ୍ରବେଶିକା ଓ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରଶିକ୍ଷଣ ପ୍ରଦାନ କରୁଛି।

Spread the love

Leave a Reply

Your email address will not be published. Required fields are marked *