• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଫିରିଙ୍ଗିଆରେ ୩୦ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ

Byodishri Live

Nov 3, 2026

ପୁଲିସ, ଅବକାରୀ ଓ ବନ ବିଭାଗର ମିଳିତ ଚଢ଼ାଉ; ୬୦ ଅଧିକାରୀ ଓ କର୍ମଚାରୀଙ୍କ ସହ ୨୦ ଶ୍ରମିକ ସାମିଲ

ଫିରିଙ୍ଗିଆ (ଓଡ଼ିଶ୍ରୀ ସମ୍ବାଦ): କନ୍ଧମାଳ ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷ ବିରୋଧରେ ଅଭିଯାନ ଜାରି ରହିଛି। କନ୍ଧମାଳ ଏସ୍‌ପି ରମେନ୍ଦ୍ର ପ୍ରସାଦଙ୍କ ନିର୍ଦ୍ଦେଶକ୍ରମେ ଫିରିଙ୍ଗିଆ ଥାନା ପୁଲିସ, ଅବକାରୀ ଓ ବନ ବିଭାଗର ମିଳିତ ଚଢ଼ାଉରେ ପ୍ରାୟ ୩୦ ଏକର ଜଙ୍ଗଲ ଜମିରେ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି।

ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡିଣ୍ଡିରା ଗ୍ରାମ ପଞ୍ଚାୟତର ସରୁକୋଇ ଗାଁ ନିକଟ ଅଞ୍ଚଳରେ ଏହି ଅଭିଯାନ ଚାଲିଥିଲା। ଚଢ଼ାଉ ସମୟରେ ଗଞ୍ଜେଇ ଗଛଗୁଡ଼ିକୁ କାଟି ନଷ୍ଟ କରାଯାଇଥିଲା।

ଡିଏସ୍‌ପି ବିବେକାନନ୍ଦ ସ୍ୱାଇଁ, ଫିରିଙ୍ଗିଆ ଥାନା ଅଧିକାରୀ ମୁରଲୀଧର ସାହୁ ଏବଂ ଏସ୍‌ଆଇ ଅନିଲ କୁମାର ସାହୁଙ୍କ ନେତୃତ୍ୱରେ ଏହି ଅଭିଯାନ ହୋଇଥିଲା। ଏଥିରେ ପୁଲିସ, ଅବକାରୀ ଓ ବନ ବିଭାଗର ପ୍ରାୟ ୬୦ ଜଣ ଅଧିକାରୀ ଓ କର୍ମଚାରୀଙ୍କ ସହ ୨୦ ଜଣ ଶ୍ରମିକ ସାମିଲ ହୋଇଥିଲେ।

ଏହି ଘଟଣାରେ ଫିରିଙ୍ଗିଆ ଥାନାରେ ମାମଲା ନମ୍ବର ୨୧୭/୨୦୨୬ ରୁଜୁ କରାଯାଇଥିବା ଥାନା ଅଧିକାରୀ ମୁରଲୀଧର ସାହୁ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *