• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

୪ରୁ ୫ ବର୍ଷ ପରେ ପୁଣି ଆରମ୍ଭ ହେଲା କଲ୍ୟାଣ ମଣ୍ଡପ ନିର୍ମାଣ

Byodishri Live

Nov 6, 2026

ବିଧାୟକଙ୍କ ସ୍ୱତନ୍ତ୍ର ପଦକ୍ଷେପରେ ପ୍ରାୟ ୪ ହଜାର ବର୍ଗଫୁଟ ଛାତ ପକା କାର୍ଯ୍ୟ ଆରମ୍ଭ

ଭଦ୍ରକ, ଚୁନିଦା (ଓଡ଼ିଶ୍ରୀ ସମ୍ବାଦ): ଦୀର୍ଘ ୪ରୁ ୫ ବର୍ଷ ଧରି ଅସମ୍ପୂର୍ଣ୍ଣ ଓ ଭଙ୍ଗାଦଦରା ଅବସ୍ଥାରେ ପଡ଼ି ରହିଥିବା ଚୁନିଦା କ୍ଷେତ୍ରବାସୀ ପୀଠ ନିକଟସ୍ଥ କଲ୍ୟାଣ ମଣ୍ଡପର ନିର୍ମାଣ କାର୍ଯ୍ୟ ପୁଣି ଆରମ୍ଭ ହୋଇଛି। ବର୍ତ୍ତମାନର ସରକାର ଓ ସ୍ଥାନୀୟ ବିଧାୟକଙ୍କ ସ୍ୱତନ୍ତ୍ର ପଦକ୍ଷେପ ଏବଂ ଘୋଷଣା ପରେ ଆଜି ମଣ୍ଡପର ଛାତ ପକା କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରାୟ ୪ ହଜାର ବର୍ଗଫୁଟ ଅଞ୍ଚଳରେ ଛାତ ପକାଯାଉଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି।

ଏହି ଅବସରରେ ବିଧାୟକଙ୍କ ବ୍ଲକ ପ୍ରତିନିଧି ଭାସ୍କର ଚନ୍ଦ୍ର ସାହୁ, ସାତପୁଣି ମଣ୍ଡଳ ସଭାପତି ସୀତାରାମ ପ୍ରସାଦ ସେଠୀ, ପଞ୍ଚାୟତସ୍ତରୀୟ ନେତୃବୃନ୍ଦ କାପସ ରାୟ, ମହେନ୍ଦ୍ର କୁମାର ମଲ୍ଲିକ, ସୁନିଲ କୁମାର ଲେଙ୍କା, କୃଷ୍ଣ ଚନ୍ଦ୍ର ବେହେରା, ପଞ୍ଚାୟତ ଶକ୍ତିକେନ୍ଦ୍ର ପ୍ରମୁଖ ଦୀପକ କୁମାର ନାୟକ ଏବଂ ବ୍ଲକ ଯନ୍ତ୍ରୀ ମନୋଜ ବେହେରା ଉପସ୍ଥିତ ରହି ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ।

ଉପସ୍ଥିତ ଅତିଥି ଓ ନେତୃବୃନ୍ଦ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ନିର୍ମାଣ କାର୍ଯ୍ୟ ଗୁଣାତ୍ମକ ଓ ସୁଚାରୁରୂପେ ସମ୍ପନ୍ନ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଏଥିରେ ପଞ୍ଚାୟତର ବରିଷ୍ଠ ନେତୃବୃନ୍ଦଙ୍କ ସହ ବହୁ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ସହଯୋଗ କରିଥିଲେ।

ଦୀର୍ଘଦିନ ଧରି ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଥିବା କଲ୍ୟାଣ ମଣ୍ଡପର ନିର୍ମାଣ କାର୍ଯ୍ୟ ପୁନର୍ବାର ଆରମ୍ଭ ହୋଇଥିବାରୁ ଏହା ସମ୍ପୂର୍ଣ୍ଣ ହେବା ପରେ ଅଞ୍ଚଳବାସୀଙ୍କ ସାମାଜିକ ଓ ସାମୂହିକ କାର୍ଯ୍ୟକ୍ରମ ପାଇଁ ଉପଯୋଗୀ ହେବ ବୋଲି ଆଶା ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *