ଶିକ୍ଷାର ବିକାଶ ଦିଗରେ ଆଉ ଏକ ପଦକ୍ଷେପ; କାର୍ଯ୍ୟକ୍ରମରେ ଯୋଗଦେଲେ ଜନପ୍ରତିନିଧି ଓ ଶିକ୍ଷାବିତ୍
ମୁରିବାହାଲ (ଓଡ଼ିଶ୍ରୀ ସମ୍ବାଦ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ଅନ୍ତର୍ଗତ ଟୁପାଉଡାର ଖେଳପଡ଼ିଆଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ୨୮ ନମ୍ବର ଜୋନ୍ ମଣ୍ଡଳ ସଭାପତି ପ୍ରଦୀପ ବଛା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଟୁପାଉଡାର ସରପଞ୍ଚ ଅର୍ଣ୍ଣ ବାଗ, ଲେବଡା ସିଆର୍ସିସି ପଦ୍ମଲୋଚନ ତାଣ୍ଡି, ଲେବଡା ଅଧ୍ୟକ୍ଷ ଦୁତିବାହନ ମୁନା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନିଶିକାନ୍ତ ଦୀପ, ବଡ଼ଉଡାର ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନିଲ ବେହେରା ଏବଂ ଟୁପାଉଡାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମହାଦେବ ମାଝୀ ଉପସ୍ଥିତ ଥିଲେ।
ମାକ୍ରିପଡା ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁନୀଲ କୁମାର ଅଗସ୍ତି ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।
