• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ରେଢ଼ାଖୋଲରେ ନୂଆଁଖାଇ ପରବ ଅନୁଷ୍ଠିତ

Byodishri Live

Sep 28, 2026

ରେଢ଼ାଖୋଲ (ଓଡ଼ିଶ୍ରୀ ସମ୍ବାଦ): ରେଢ଼ାଖୋଲଠାରେ ୨୦୨୬ ନୂଆଁଖାଇ ପରବ ଅବସରରେ କଳାକାର ପରିବାର, ରେଢ଼ାଖୋଲ ପକ୍ଷରୁ ଏକ ଭବ୍ୟ ସାଂସ୍କୃତିକ ସମାରୋହ ଆୟୋଜିତ ହୋଇଯାଇଛି।

ନୂଆଁଖାଇ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଗଣପର୍ବ। ଏହା ମାଟି, ମା’ ଓ ମଣିଷର ଏକତା ସହ ଭାଇଚାରା ଓ ସାଂସ୍କୃତିକ ପରମ୍ପରାର ପ୍ରତୀକ ଭାବେ ପାଳିତ ହୋଇଥାଏ। ଏହି ପରମ୍ପରାକୁ ଲୋକଲୋଚନକୁ ଆଣିବା ସହ ରେଢ଼ାଖୋଲ ଅଞ୍ଚଳର କଳା, ସଂସ୍କୃତି ଓ କଳାକାରମାନଙ୍କ ପ୍ରତିଭାକୁ ମଞ୍ଚ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି ସମାରୋହ ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମରେ ବିଭିନ୍ନ ସାଂସ୍କୃତିକ ପରିବେଷଣ ମାଧ୍ୟମରେ ଓଡ଼ିଆ ପରମ୍ପରା ଓ ଲୋକକଳାର ଝଲକ ଦେଖିବାକୁ ମିଳିଥିଲା। ଏହା ସହ ଅଞ୍ଚଳୀୟ କଳାକାରମାନେ ନିଜର କଳା ପ୍ରତିଭା ପ୍ରଦର୍ଶନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *