ଫୁଲବାଣୀ, (ଓଡ଼ିଶ୍ରୀ ସମ୍ବାଦ): ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ମାଇ ଭାରତ କନ୍ଧମାଳ ପକ୍ଷରୁ ଫୁଲବାଣୀସ୍ଥିତ ସାର୍ତାଗୁଡ଼ା ବୃଦ୍ଧାଶ୍ରମ ପରିସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ୫୦ରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକଙ୍କ ଅଧିକାର, ସୁରକ୍ଷା ଓ ସମାଜରେ ସେମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଅବସରପ୍ରାପ୍ତ ଶିକ୍ଷା ବିଭାଗର ଏସ୍ଆଇ ନବକିଶୋର ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅବସରପ୍ରାପ୍ତ ପୁରୁଣାକଟକ କଲେଜ ଅଧ୍ୟକ୍ଷ ଡ. ପୂର୍ଣ୍ଣେନ୍ଦୁ ତ୍ରିପାଠୀ ଓ ଜିଲ୍ଲା ବରିଷ୍ଠ ନାଗରିକ ସଭାପତି ବଂଶୀଧର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଏହି ଅବସରରେ ବୃଦ୍ଧାଶ୍ରମ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ମାଇ ଭାରତ କନ୍ଧମାଳର ସହକର୍ମୀ ସତ୍ୟବାନ ଦଳବେହେରା ଉପସ୍ଥିତ ଅତିଥି ଓ ବରିଷ୍ଠ ନାଗରିକମାନଙ୍କୁ ସ୍ୱାଗତ କରିଥିଲେ। ସଂସ୍ଥାର ସ୍ନେହଲତା ବିଶିଷ୍ଟ, କାଞ୍ଚନ ମାଳି ଗଣ୍ଡା ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଶେଷରେ ଅମୀୟ କୁମାର ବେହେରା ଧନ୍ୟବାଦ ଅର୍ପଣ କରିବା ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା।
