• Wed. Mar 18th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବନ୍ୟଜନ୍ତୁ ଛାଲ ଜବତ: ଚିତା ବାଘ ଛାଲ ସହ ୬ ଗିରଫ

Byodishri Live

Jan 5, 2026

ନୂଆପଡ଼ା:
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ପକ୍ଷରୁ ବଡ଼ ସଫଳତା ମିଳିଛି। ବନ୍ୟଜନ୍ତୁ ଚୋରାଚାଳାଣ ବିରୋଧରେ ହୋଇଥିବା ଚଢ଼ାଉରେ କଲରାପତରିଆ (ଚିତା) ବାଘ ଛାଲ ଓ ଦୁଇଟି ସମ୍ବର ଶିଙ୍ଘ ଜବତ କରାଯାଇଛି। ଏହି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ପ୍ରଥମ ଘଟଣାରେ, ନୂଆପଡ଼ା ରେଞ୍ଜ ଅନ୍ତର୍ଗତ ପତାଳଘୁଟକୁରି ଗ୍ରାମର ମହେଶ ସାହୁ (୬୨) ଓ ତାଙ୍କ ପୁଅ ଗଜାନନ ସାହୁ (୨୬)ଙ୍କ ଠାରୁ ଏକ କଲରାପତରିଆ ବାଘ ଛାଲ ଜବତ କରାଯାଇଥିଲା। ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଅନ୍ୟ ଏକ ଘଟଣାରେ, ଖଡ଼ିଆଳ ରେଞ୍ଜ ଅନ୍ତର୍ଗତ ବୋଡ଼େନ ସେକ୍ସନରେ ବନବିଭାଗ ଚଢ଼ାଉ କରି ଚିତା ବାଘ ଛାଲ ଓ ଦୁଇଟି ସମ୍ବର ଶିଙ୍ଘ ବିକ୍ରି କରିବାକୁ ଉଦ୍ୟମ କରୁଥିବା ୪ ଜଣଙ୍କୁ ଗିରଫ କରିଛି।

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ—
ଦିନେଶ ମାଝି (୬୨), ସୁକୁରାମ ଚିନ୍ଦା (୪୫), ପୂର୍ଣ୍ଣଚନ୍ଦ୍ର ମାଝି (୪୬) ଓ ମଧୁସୂଦନ ମାଝି (୫୫)। ସମସ୍ତେ ବୋଡ଼େନ ଥାନା ଅନ୍ତର୍ଗତ ସରାଧାରପୁର ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି।

ଏହି ଘଟଣା ପରେ ବନ୍ୟଜନ୍ତୁ ଚୋରାଚାଳାଣ ବିରୋଧରେ ବନବିଭାଗର କଡ଼ା ଆଭିଯାନ ଆହୁରି ଜୋରଦାର ହେବାକୁ ଯାଉଛି।

ରିପୋର୍ଟ: କାଁହୁ ଚରଣ ବାରିକ (କଟକ)

Spread the love

Leave a Reply

Your email address will not be published. Required fields are marked *