କେନ୍ଦୁଝର, (ଓଡ଼ିଶ୍ରୀ ସମ୍ବାଦ): ଘଟଗାଁ ନିକଟବର୍ତ୍ତୀ ମୁକୁନ୍ଦପୁର ପାଟଣାସ୍ଥିତ ଅବସରପ୍ରାପ୍ତ ଉତ୍କଳ ସେବା ନିବୃତ ସେନାନୀ ସଂଘ ପକ୍ଷରୁ ୯୪ତମ ବାୟୁସେନା ଦିବସ ପାଳିତ ହୋଇଯାଇଛି। ସଂଘର ସଭାଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସଭାପତି ଯଦୁମଣି ବେହେରାଙ୍କ ସଭାପତିତ୍ୱ ଏବଂ ସମ୍ପାଦକ ଦିଲ୍ଲୀପ କୁମାର ବେଜଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମରେ ସଂଘର ଉପସଭାପତି ଦୋଳଗୋବିନ୍ଦ ପଣ୍ଡା, ବଳଭଦ୍ର ମହାକୁଡ଼ ଏବଂ କୋଷାଧ୍ୟକ୍ଷ ମନ୍ମଥ ପ୍ରଧାନ ମଞ୍ଚାସୀନ ହୋଇଥିଲେ। ନିମନ୍ତ୍ରିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ସାହୁ, ପ୍ରଫୁଲ୍ଲ ରାଉତ, ଭୀମସେନ ବଳ ଓ କବିନ୍ଦ୍ର ରାଉତ ଯୋଗଦେଇଥିଲେ।
ଏହି ଅବସରରେ ନିମନ୍ତ୍ରିତ ଅତିଥି ଏବଂ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ବାୟୁସେନା ଦିବସ ପାଳନର ତାତ୍ପର୍ଯ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମରେ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ଭେଟେରାନ୍ ଅଙ୍ଗଦ ମହାନ୍ତ, ମାନଭଞ୍ଜନ ଦାସ, ଲଲାଟେନ୍ଦୁ ମହାନ୍ତ, ପୂର୍ଣ୍ଣଚନ୍ଦ୍ର ମହାନ୍ତ, ପ୍ରମୋଦ କୁମାର ନାୟକ, ଦୀପକ କୁମାର ଜେନା, ବୁଲାରାମ ସେଠି, ରବିନ୍ଦ୍ର ଚାମ୍ପିଆ, ନରେନ୍ଦ୍ର ନାଏକ, କୀର୍ତ୍ତନ ଚରଣ ମହାନ୍ତ, ଉଗ୍ରସେନ ଗିରି, ପଦ୍ମଲୋଚନ ସାହୁ, ବସନ୍ତ ନାୟକଙ୍କ ସମେତ ବୀରନାରୀ ମଞ୍ଜୁଲତା ମହାକୁଡ଼, ରୀତାଞ୍ଜଳୀ ନାୟକ, ବର୍ଷା ମହାନ୍ତ, ପ୍ରମିଳା ମହାନ୍ତ, କୌଶଲ୍ୟା ଆଚାର୍ଯ୍ୟ ଓ ମାଳତୀ ନାୟକ ପ୍ରମୁଖ ଯୋଗଦେଇଥିଲେ। ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।
