• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ: ବାଲେଶ୍ୱର ଜିଲ୍ଲାସ୍ତରୀୟ କମିଟି ଗଠିତ

Byodishri Live

Oct 20, 2026

ଜଳେଶ୍ୱର, (ଓଡ଼ିଶ୍ରୀ ସମ୍ବାଦ): ନିଶାମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା) ପକ୍ଷରୁ ବାଲେଶ୍ୱର ଜିଲ୍ଲାସ୍ତରୀୟ କମିଟି ଗଠନ କରାଯାଇଛି। ମହାତ୍ମା ଗାନ୍ଧୀଙ୍କ ନିଶାମୁକ୍ତ ଭାରତ ଗଠନର ସ୍ୱପ୍ନକୁ ସାକାର କରିବା ସହ ପଦ୍ମଚରଣ ନାୟକଙ୍କ ନିଶାମୁକ୍ତ ଓଡ଼ିଶା ଅଭିଯାନକୁ ଜିଲ୍ଲାସ୍ତରରେ ଆଗକୁ ନେବା ଏହି କମିଟିର ମୁଖ୍ୟ ଉଦ୍ଦେଶ୍ୟ।

ଗତ ୧୭ ତାରିଖ ପୂର୍ବାହ୍ନରେ ବାଲେଶ୍ୱର ଫାଣ୍ଡି ଛକ ନିକଟସ୍ଥ ମଟର ୟୁନିଅନ ସମ୍ମିଳନୀ କକ୍ଷରେ ମୋନାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ସଦସ୍ୟ ମନମୋହନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ନିଶାମୁକ୍ତ ଓ ସୁସ୍ଥ ସମାଜ ଗଠନ ସମ୍ପର୍କରେ ଆଲୋଚନା ହୋଇଥିଲା।

ମୋନାର ଭୁବନେଶ୍ୱରସ୍ଥିତ ମୁଖ୍ୟ ଶାଖାରୁ ପର୍ଯ୍ୟବେକ୍ଷକ ଭାବେ ଅରୁଣ ସ୍ୱାଇଁ ଓ ଗିରିଜା ଶଙ୍କର ନାୟକ ଯୋଗଦେଇ ଜିଲ୍ଲା କମିଟି ଗଠନରେ ସହଯୋଗ କରିଥିଲେ। ବୈଠକରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବ୍ଲକ, ପଞ୍ଚାୟତ ଓ ପୌରାଞ୍ଚଳର ପ୍ରତିନିଧିଙ୍କ ସମେତ ସମାଜସେବୀ, ଶିକ୍ଷାବିତ୍‌ ଓ ବୁଦ୍ଧିଜୀବୀମାନେ ଯୋଗଦେଇଥିଲେ।

ନୂତନ କମିଟିରେ କିଏ କେଉଁ ଦାୟିତ୍ୱରେ?

ଉପସ୍ଥିତ ସଦସ୍ୟଙ୍କ ସର୍ବସମ୍ମତିକ୍ରମେ ଅଶୋକ କୁମାର ଜେନାଙ୍କୁ ସଭାପତି, ଅରୁଣ କୁମାର ରାଉତଙ୍କୁ ଉପସଭାପତି, ଅମରେନ୍ଦ୍ର ନାୟକଙ୍କୁ କାର୍ଯ୍ୟକାରୀ ସଭାପତି, ଜ୍ୟୋତ୍ସ୍ନାରାଣୀ ମହାନ୍ତିଙ୍କୁ ସମ୍ପାଦିକା, ସବିତା ବେହେରାଙ୍କୁ ସହସମ୍ପାଦିକା ଏବଂ ସାଧୁଚରଣ ମଲ୍ଲିକଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ଏହା ସହିତ ଜିଲ୍ଲା କାର୍ଯ୍ୟକାରିଣୀ କମିଟି ମଧ୍ୟ ଗଠନ କରାଯାଇଛି।

ବିଭିନ୍ନ ନିଶାଦ୍ରବ୍ୟର ବ୍ୟବହାର ଦ୍ୱାରା ସମାଜରେ ସୃଷ୍ଟି ହେଉଥିବା କ୍ଷତିକୁ ରୋକିବା ଏବଂ ନିଶାମୁକ୍ତ ସମାଜ ଗଠନ ପାଇଁ ଜନସଚେତନତା ବୃଦ୍ଧି କରିବା ଦିଗରେ ନୂତନ କମିଟି କାର୍ଯ୍ୟ କରିବ ବୋଲି ସଭାପତି ଅଶୋକ କୁମାର ଜେନା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *