• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀ ଯୁବକ ମୃତ

Byodishri Live

Oct 24, 2026

ରେଢ଼ାଖୋଲ, (ଓଡ଼ିଶ୍ରୀ ସମ୍ବାଦ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ଉଦ୍ୟାନ ବିଭାଗ ନିକଟରେ ଶୁକ୍ରବାର ରାତି ପ୍ରାୟ ୧୦ଟା ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ରେଢ଼ାଖୋଲ ଏନ୍‌ଏସିର ୬ ନମ୍ବର ୱାର୍ଡ ଅନ୍ତର୍ଗତ ଚାଟୁଣୀ ଗ୍ରାମର ରାଜେନ୍ଦ୍ର ପ୍ରଧାନ। ସେ ଜଣେ ଟ୍ରାକ୍ଟର ଚାଳକ ଭାବେ କାମ କରୁଥିଲେ।

ସୂଚନା ଅନୁଯାୟୀ, ରାଜେନ୍ଦ୍ର ନିଜ କାମ ସାରି ଓଡ଼ି ୧୫ ଏ ୩୯୮୭ ନମ୍ବର ବିଶିଷ୍ଟ ବାଇକ୍‌ରେ ରେଢ଼ାଖୋଲ ସହର ପଟୁ ଘରକୁ ଫେରୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ଗାଡ଼ି ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ରାଜେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଖବର ପାଇ ରେଢ଼ାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା ଗାଡ଼ି ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିନାହିଁ।

Spread the love

Leave a Reply

Your email address will not be published. Required fields are marked *