• Wed. Sep 16th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଅଧ୍ୟାପକ ନିଯୁକ୍ତି ଦାବିରେ ପାଟଣା କଲେଜରେ ତାଲାବନ୍ଦ ଆନ୍ଦୋଳନ

Byodishri Live

Sep 10, 2026

କେନ୍ଦୁଝର (ଓଡ଼ିଶ୍ରୀ ସମ୍ବାଦ): ଅଧ୍ୟାପକ ଅଭାବକୁ ନେଇ କେନ୍ଦୁଝର ଜିଲ୍ଲା ପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ତୀବ୍ର ହୋଇଛି। ଅଧ୍ୟାପକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀମାନେ ଆଜି ସକାଳ ପ୍ରାୟ ୬ଟାରୁ କଲେଜ ମୁଖ୍ୟ ଫାଟକରେ ତାଲାବନ୍ଦ ଆନ୍ଦୋଳନ କରିଛନ୍ତି।

ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, କଲେଜର ହିଷ୍ଟୋରୀ ଓ ବୋଟାନୀ ବିଭାଗରେ ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନଥିବାରୁ ପାଠପଢ଼ା ପ୍ରଭାବିତ ହେଉଛି। ଦୀର୍ଘଦିନ ଧରି ଅଧ୍ୟାପକ ଅଭାବ ରହିଥିବା ଅଭିଯୋଗ କରି ତୁରନ୍ତ ଆବଶ୍ୟକୀୟ ଅଧ୍ୟାପକ ନିଯୁକ୍ତି ପାଇଁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।

ଆନ୍ଦୋଳନକାରୀ ଛାତ୍ରଛାତ୍ରୀମାନେ କହିଛନ୍ତି ଯେ, ଅଧ୍ୟାପକ ଅଭାବ ଯୋଗୁଁ ନିୟମିତ ପାଠପଢ଼ାରେ ବାଧା ସୃଷ୍ଟି ହେଉଛି। ତେଣୁ ଶିକ୍ଷାଦାନ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ପାଇଁ ଖାଲି ପଦବୀରେ ଶୀଘ୍ର ଅଧ୍ୟାପକ ନିଯୁକ୍ତି କରାଯାଉ ବୋଲି ସେମାନେ ଦାବି କରିଛନ୍ତି।

ସମସ୍ୟାର ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି।

ଏବେ ଛାତ୍ରଛାତ୍ରୀଙ୍କ ତାଲାବନ୍ଦ ଆନ୍ଦୋଳନ ପରେ କଲେଜ କର୍ତ୍ତୃପକ୍ଷ ଓ ପ୍ରଶାସନ ଏନେଇ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ନଜର ରହିଛି।

Spread the love

Leave a Reply

Your email address will not be published. Required fields are marked *