ବଡ଼ଚଣା, (ଓଡ଼ିଶ୍ରୀ ସମ୍ବାଦ): ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଉଚ୍ଚପଦା ଗ୍ରାମ ପଞ୍ଚାୟତର ମଣିଆ ଗ୍ରାମର ଆଦର୍ଶ ଶିକ୍ଷକ ସ୍ୱର୍ଗତ କୈଳାସ ଖିଲାରଙ୍କ ଏକାଦଶାହ ଅବସରରେ ତାଙ୍କ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ କ୍ଷେତ୍ରର ବହୁ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ଖିଲାରଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଶିକ୍ଷକ ପ୍ରବୋଧ ରଞ୍ଜନ ସାହୁ ସଭା ପରିଚାଳନା କରିଥିଲେ।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ବିଧାୟକ ଧର୍ମାନନ୍ଦ ବେହେରା, ଚନ୍ଦ୍ର ସାରଥୀ ବେହେରା, ଚିତ୍ତ ରଞ୍ଜନ ସାମଲ, ଜିଲ୍ଲାପାଳ ଭରତ ଚନ୍ଦ୍ର ଦାସ, ପର୍ଶୁରାମ ଲେଙ୍କା, ଜ୍ୟୋତିଷ ଚନ୍ଦ୍ର ରାଉତ, ଶକ୍ତି ରଞ୍ଜନ ରାଉତ, ଖାରବେଳ ସେଠ୍, ନଳିନୀ କାନ୍ତ ବେହେରା, ସାମ୍ବାଦିକ କାର୍ତ୍ତିକ ରାଉତ, ବିଶ୍ୱ ପ୍ରସାଦ ଲେଙ୍କା, କଣ୍ଡେଇ ପାଟବାସ ବାରିକ, ତମ୍ବୁଧର ପରିଡ଼ା, ହେମନ୍ତ ବାସ, ସରୋଜ ସ୍ୱାଇଁ, ସତ୍ୟବାଦୀ ପଣ୍ଡା, ନାରାୟଣ ପଣ୍ଡା, ପୂର୍ବତନ ସରପଞ୍ଚ ମାନସ ରଞ୍ଜନ ପଣ୍ଡା, ଅଶୋକ ନାଥ, ସରୋଜ ଲେଙ୍କା, ବିନାୟକ ମଲ୍ଲିକ, ପରମାଧବ ବେହେରା, ଧନେଶ୍ୱର ନାୟକ, କେଶବ ବେହେରା, ବରଦା ପ୍ରସନ୍ନ ଶତପଥୀ, ବିବେକ ରଞ୍ଜନ ସାହୁ, ଜୟଦେବ ଖିଲାର, ରାମଚନ୍ଦ୍ର ବେହେରା, ହେମନ୍ତ ମହାରଣା, କାର୍ତ୍ତିକେୟ ସାମନ୍ତ ଓ କୁନୁମଣି ସ୍ୱାଇଁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ସ୍ୱର୍ଗତ ଖିଲାରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ସ୍ୱର୍ଗତ କୈଳାସ ଖିଲାରଙ୍କ ବଡ଼ ପୁଅ ତଥା ଉପଜିଲ୍ଲାପାଳ ସରୋଜ ଖିଲାର ସଭାରେ ଯୋଗଦେଇଥିବା ସମସ୍ତ ଅତିଥି ଓ ଶୁଭେଚ୍ଛୁଙ୍କୁ କୃତଜ୍ଞତା ଜଣାଇଥିଲେ।
