• Wed. Sep 16th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଗଣେଶ ଚତୁର୍ଥୀରେ ଖୁସି ଖବର, ଚମ୍ପୁଆରେ ହାତୀ ଛୁଆର ଜନ୍ମ

Byodishri Live

Sep 15, 2026

କେନ୍ଦୁଝର(ଓଡ଼ିଶ୍ରୀ ସମ୍ବାଦ): ଗଣେଶ ଚତୁର୍ଥୀ ଅବସରରେ ବନବିଭାଗ ପକ୍ଷରୁ ଆସିଛି ଖୁସି ଖବର। ଚମ୍ପୁଆ ରେଞ୍ଜ ଅଧୀନ ବାଲିବନ୍ଧ ସେକ୍ସନର ବାସୁଦେବପୁର ଅଞ୍ଚଳରେ ବିଳମ୍ବିତ ରାତିରେ ଏକ ହାତୀ ଛୁଆ ଜନ୍ମ ନେଇଛି।

ନବଜାତ ହାତୀଛୁଆଟି ମା’ ହାତୀ ସହ ସୁରକ୍ଷିତ ଥିବା ବେଳେ ମା’ଠାରୁ କ୍ଷୀର ପିଇବା ସହ ହାତୀ ଦଳ ସହ ଗତି କରୁଥିବା ଦେଖିବାକୁ ମିଳିଛି। ନୂଆ ହାତୀଛୁଆର ଜନ୍ମ ପରେ ଏହି ହାତୀ ଦଳରେ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି

ହାତୀଛୁଆଟିର ସୁରକ୍ଷା ଓ ଗତିବିଧି ଉପରେ ବନବିଭାଗ ପକ୍ଷରୁ ନଜର ରଖାଯାଇଛି। ଏନେଇ କେନ୍ଦୁଝର ଡିଏଫଓ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *