• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଦେଭୋଗ ଶ୍ରୀହରି ଚରଣ ହାଇସ୍କୁଲରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’

Byodishri Live

Oct 31, 2026

୧୭ଟି କ୍ଲଷ୍ଟରରୁ ୪୫୦ ଛାତ୍ରଛାତ୍ରୀଙ୍କ ଯୋଗଦାନ, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ବିଧାୟିକା

ବାଲିଆପାଳ, (ଓଡ଼ିଶ୍ରୀ ସମ୍ବାଦ): ବାଲିଆପାଳ ଗୋଷ୍ଠୀ ଶିକ୍ଷା କେନ୍ଦ୍ର ପକ୍ଷରୁ ଶୁକ୍ରବାର ପୂର୍ବାହ୍ନ ସାଢ଼େ ୧୦ଟା ସମୟରେ ଦେଭୋଗସ୍ଥିତ ଶ୍ରୀହରି ଚରଣ ହାଇସ୍କୁଲ ପରିସରରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ ବାଲିଆପାଳ ଗୋଷ୍ଠୀ ଶିକ୍ଷା କେନ୍ଦ୍ର ଅଧୀନ ୧୭ଟି କ୍ଲଷ୍ଟରରୁ ପ୍ରାୟ ୪୫୦ ଜଣ ଛାତ୍ରଛାତ୍ରୀ ଯୋଗଦେଇ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।

ବାଲିଆପାଳ ଗୋଷ୍ଠୀ ଶିକ୍ଷାଧିକାରିଣୀ ସୋମାରାଣୀ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ସଭାରେ ଏମ୍‌ପିଙ୍କ ପ୍ରତିନିଧି ରବୀନ୍ଦ୍ରନାଥ ଅଣ୍ଡିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଦେଭୋଗ ସରପଞ୍ଚ ସବିତା ନାୟକ, ସମିତି ସଦସ୍ୟ କଲ୍ୟାଣୀ ନାୟକ, ଶ୍ରୀହରି ଚରଣ ହାଇସ୍କୁଲର ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମୃତ୍ୟୁଞ୍ଜୟ ନାୟକ, ଏସ୍‌ଏମ୍‌ସି ସଭାପତି ଡମ୍ବରୁଧର ମାଣିକ, ବିଆର୍‌ସିସି ବଂଶୀଧର ନାୟକ, ସିଆର୍‌ସିସି ପାର୍ଥସାରଥୀ ବେହେରା ଏବଂ ପ୍ରଧାନଶିକ୍ଷୟିତ୍ରୀ ଶ୍ୱେତସ୍ନିଗ୍ଧା ମହାନ୍ତି ଯୋଗଦେଇଥିଲେ। ଅତିଥିମାନେ ମହୋତ୍ସବର ଶୁଭାରମ୍ଭ କରିବା ସହ ଶିଶୁମାନଙ୍କ ପ୍ରତିଭା ବିକାଶରେ ଏଭଳି କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ମତ ରଖିଥିଲେ।

ଉଦ୍‌ଯାପନୀ ଉତ୍ସବରେ ବସ୍ତା ବିଧାୟିକା ସୁବାସିନୀ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ନିଜ ବକ୍ତବ୍ୟରେ ସେ କହିଥିଲେ ଯେ, ‘ସୁରଭି’ ଭଳି କାର୍ଯ୍ୟକ୍ରମ ଦ୍ୱାରା ପିଲାମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ହେବା ସହ ଜ୍ଞାନ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ।

କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ପୂର୍ଣ୍ଣ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *