• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ସୁନାରେ ଝଲସୁଛନ୍ତି ବିଘ୍ନବିନାଶକ, ଗଣେଶ ମୂର୍ତ୍ତିରେ ୩.୮୩ ଲକ୍ଷ ହୀରା; ସୁରକ୍ଷା କଡ଼ାକଡ଼ି

Byodishri Live

Sep 16, 2026

ହାଇଦ୍ରାବାଦ: ଗଣେଶ ଚତୁର୍ଥୀ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୂପରେ ଗଣେଶଙ୍କ ମୂର୍ତ୍ତି ଓ ମେଢ଼ ଆକର୍ଷଣର କେନ୍ଦ୍ର ପାଲଟିଛି। ତେବେ ହାଇଦ୍ରାବାଦର ବେଗମ୍‌ ବଜାରରେ ପୂଜା ପାଉଥିବା ଏକ ସ୍ୱତନ୍ତ୍ର ଗଣେଶ ମୂର୍ତ୍ତି ଏବେ ଚର୍ଚ୍ଚାରେ ରହିଛି।

ଏହି ଗଣେଶ ମୂର୍ତ୍ତିକୁ ୨୪ କ୍ୟାରେଟ୍‌ ସୁନାର ପରସ୍ତରେ ଛାଉଣି କରାଯାଇଛି। ଏହାର ନାଁ ‘ଗୋଲ୍ଡ ପ୍ଲେଟେଡ୍‌ ଗଣପତି’ ରଖାଯାଇଛି। ମୂର୍ତ୍ତିରେ ପ୍ରାୟ ୩ ଲକ୍ଷ ୮୩ ହଜାର ୮୦୦ଟି ଆମେରିକାନ୍‌ ଡାଏମଣ୍ଡ ବ୍ୟବହାର ହୋଇଥିବା ଜଣାପଡ଼ିଛି। ଦୂରରୁ ଦେଖିଲେ ସୁନା ଓ ହୀରାର ଚମକରେ ମୂର୍ତ୍ତିଟି ଝଲସି ଉଠୁଛି।

ସୂଚନା ଅନୁସାରେ, ହାଇଦ୍ରାବାଦର ଲିଚି ପର୍ଲ ସେଟ୍‌ ଜୁଏଲ୍ସ ପକ୍ଷରୁ ଏହି ସ୍ୱତନ୍ତ୍ର ମୂର୍ତ୍ତି ପ୍ରସ୍ତୁତ କରାଯାଇଛି। ପ୍ରାୟ ୮ ମାସ ଧରି ୮ ଜଣ କାରିଗର ଏହାକୁ ପ୍ରସ୍ତୁତ କରିଥିବା କୁହାଯାଉଛି।

ଜହୁରିମାନଙ୍କ ଆକଳନ ଅନୁସାରେ, ଏହି ମୂର୍ତ୍ତିର ଆନୁମାନିକ ମୂଲ୍ୟ ୪ରୁ ୫ କୋଟି ଟଙ୍କା ହୋଇପାରେ। ମୂର୍ତ୍ତିର ଉଚ୍ଚ ମୂଲ୍ୟକୁ ଦୃଷ୍ଟିରେ ରଖି ଚୋରି ଓ ଲୁଟ୍‌ରୁ ସୁରକ୍ଷା ପାଇଁ ମଣ୍ଡପରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଅନ୍ୟପକ୍ଷରେ, ତାମିଲନାଡୁର କୋଲାଥୁରରେ ୧୨ ହଜାର ଧଳା ଶଙ୍ଖରେ ୪୦ ଫୁଟ୍‌ ଉଚ୍ଚ ଗଣେଶ ମୂର୍ତ୍ତି ତିଆରି କରାଯାଇଛି। ସେହିପରି ମୁମ୍ବାଇର ଭିକ୍ରୋଲିର ଏକ ଗଣପତି ମଣ୍ଡପରେ ୯ ହଜାରରୁ ଅଧିକ ଏକ ଟଙ୍କିଆ ମୁଦ୍ରାରେ ଗଣେଶଙ୍କ ମୂର୍ତ୍ତିକୁ ସଜାଯାଇଛି। ଏଠାରେ ଗଣେଶଙ୍କ ବେକରେ ୧୦୦ ଟଙ୍କିଆ ନୋଟର ହାର ମଧ୍ୟ ପିନ୍ଧାଯାଇଛି।

ଦେଶର ବିଭିନ୍ନ ସ୍ଥାନରେ ଏଭଳି ନିଆରା ଢଙ୍ଗରେ ଗଣେଶ ପୂଜା ଆୟୋଜିତ ହେଉଥିବା ବେଳେ ଗଣେଶ ଚତୁର୍ଥୀରୁ ହିଁ ପାର୍ବଣ ଋତୁର ଆରମ୍ଭ ହୋଇଛି।

Spread the love

Leave a Reply

Your email address will not be published. Required fields are marked *