• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

କନ୍ଧମାଳରେ ‘ଆମ କଳାକାର CTMS 2.0’ ଅଡିସନ୍ ଆରମ୍ଭ, ଭାଗନେଲେ ୩୫ ସାଂସ୍କୃତିକ ଦଳ

Byodishri Live

Oct 31, 2026

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀସ୍ଥିତ ଜିଲ୍ଲା ସଂସ୍କୃତି ଭବନରେ ‘ଆମ କଳାକାର CTMS 2.0’ ଯୋଜନା ଅନ୍ତର୍ଗତ ଅଡିସନ୍ ବା ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ ଜିଲ୍ଲାର ୩୫ଟି ସାଂସ୍କୃତିକ ଦଳ ପଞ୍ଜୀକରଣ କରି ଭାଗ ନେଇଛନ୍ତି।

ଏହି ଚୟନ ପ୍ରକ୍ରିୟାରେ ବିଚାରକ ଭାବେ ଅଭିଜିତ୍ ପଟ୍ଟନାୟକ ଓ ଲକ୍ଷ୍ମୀନାରାୟଣ ପୁରୋହିତ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଉନ୍ନୟନ ଅଧିକାରୀ ନଳିନୀକାନ୍ତ ସାହୁଙ୍କ ସମେତ ସଂସ୍କୃତି କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ରହି ଅଡିସନ୍ ପରିଚାଳନାରେ ସହଯୋଗ କରିଥିଲେ।

ଜିଲ୍ଲା ସଂସ୍କୃତି ଉନ୍ନୟନ ଅଧିକାରୀଙ୍କ ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲାରେ ଏହି ଯୋଜନା ପାଇଁ ମୋଟ ୪୯୬ଟି ସାଂସ୍କୃତିକ ଦଳ ପଞ୍ଜୀକୃତ ହୋଇଛନ୍ତି। ଆଗାମୀ ଦିନରେ ଏହି ଦଳଗୁଡ଼ିକ ମଧ୍ୟରେ ଚୟନ ପ୍ରକ୍ରିୟା ଓ ପ୍ରତିଯୋଗିତା ଜାରି ରହିବ। ଏହା ମାଧ୍ୟମରେ ଜିଲ୍ଲାର କଳା ଓ ସଂସ୍କୃତିକୁ ଅଧିକ ପ୍ରୋତ୍ସାହନ ମିଳିବ ବୋଲି ଆଶା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *