କେନ୍ଦୁଝର, (ଓଡ଼ିଶ୍ରୀ ସମ୍ବାଦ): ବରିଷ୍ଠ ରାଜନେତା ତଥା ପୂର୍ବତନ ପାଟଣା ବିଧାୟକ ସ୍ୱର୍ଗତ କାହ୍ନୁଚରଣ ନାୟକଙ୍କ ଏକାଦଶାହ ତାଙ୍କ ପୈତୃକ ଗ୍ରାମ ଭଗପଶିରେ ପରମ୍ପରା ଅନୁଯାୟୀ ପାଳିତ ହୋଇଛି। ଏହି ଅବସରରେ ଦଳମତ ନିର୍ବିଶେଷରେ ହଜାର ହଜାର ଲୋକ ଏକାଠି ହୋଇ ନିଜ ପ୍ରିୟ ନେତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ନିକଟସ୍ଥ ଭଗପଶି ଗ୍ରାମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତ ନାୟକଙ୍କ ପରିବାରବର୍ଗ, ଜାତିଭାଇ, ଆତ୍ମୀୟସ୍ୱଜନ ଓ ବହୁ ଶୁଭେଚ୍ଛୁ ଯୋଗ ଦେଇଥିଲେ। ତାଙ୍କ ସ୍ମୃତିରେ ଏକ ସ୍ମୃତିସଭା ମଧ୍ୟ ଆୟୋଜିତ ହୋଇଥିଲା।
ସ୍ୱର୍ଗତ କାହ୍ନୁଚରଣ ନାୟକ ନବେ ଦଶକରେ ସରକାରୀ ଚାକିରି ଛାଡ଼ି ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିରେ ପ୍ରବେଶ କରିଥିଲେ ଏବଂ ପାଟଣାର ବିଧାୟକ ହୋଇଥିଲେ। ତାଙ୍କ ଉଦ୍ୟମରେ ଅଞ୍ଚଳରେ ସ୍କୁଲ, କଲେଜ, ରାସ୍ତାଘାଟ ଓ ପୋଲ ଭଳି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହୋଇଥିବା କୁହାଯାଇଛି। ବିଧାୟକ ନଥିବା ସମୟରେ ମଧ୍ୟ ସେ ବିଭିନ୍ନ ସାମାଜିକ କାର୍ଯ୍ୟରେ ସକ୍ରିୟ ରହିଥିଲେ। ନିଜ ପରିବାରରେ ଭାଇମାନଙ୍କୁ ଉଚ୍ଚଶିକ୍ଷିତ କରିବା ସହ ଗ୍ରାମରେ ଶିକ୍ଷାର ପ୍ରସାରରେ ମଧ୍ୟ ତାଙ୍କ ଅବଦାନ ଥିବା ସ୍ଥାନୀୟ ଲୋକେ ସ୍ମରଣ କରିଥିଲେ।
ସ୍ମୃତିସଭାକୁ ବିଜେଡି ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀ, ବରିଷ୍ଠ ସାମ୍ବାଦିକ ସତ୍ୟଜିତ ମିଶ୍ର ଓ ପାଟଣା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ. କେ.ସି. ପ୍ରଧାନ ପରିଚାଳନା କରିଥିଲେ।
ଏହି ସଭାରେ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଏସ୍ଡିସି ଅଧ୍ୟକ୍ଷା ମମିତା ନାୟକ, ବିଜେଡି ସାଧାରଣ ସମ୍ପାଦକ ତଥା ନବୀନ ବାବୁଙ୍କ ସ୍ୱତନ୍ତ୍ର ପ୍ରତିନିଧି ବିଜୟ ନାୟକ, ପ୍ରାକ୍ତନ ବିଧାୟକ ପ୍ରାଣବଲ୍ଲଭ ନାୟକ ଓ ମୁକେଶ ପାଳ, ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକ, ସମାଜସେବୀ ଦିଲୀପ କୁମାର ସାହୁ, କାହ୍ନୁ ପହି, ବିସିଜେଡି ଜିଲ୍ଲା ସଭାପତି ଅମରେନ୍ଦ୍ର ଧଳଙ୍କ ସମେତ ବହୁ ରାଜନେତା, ସମାଜସେବୀ ଓ ସାମ୍ବାଦିକ ଯୋଗଦେଇଥିଲେ।
ଏଥିସହ ସାମ୍ବାଦିକ ସିଦ୍ଧେଶ୍ୱର ସାହୁ, ଦଶରଥ ବାରିକ, କାମିନୀକାନ୍ତ ଦ୍ୱିବେଦୀ, ସନ୍ତୋଷ ପତି, ପୂର୍ବତନ ଜିଲ୍ଲା ବିଜେପି ସଭାପତି ରାଧାକାନ୍ତ ମହାନ୍ତ, ଅଂଶୁମାନ ସବୁଜ ମହନ୍ତ ବର୍ମା, କିରଣବାଳା ନାୟକ, ଜନାର୍ଦ୍ଦନ ନାୟକ, ଦୀପକ ରାଜ, ହେମରଞ୍ଜନ ବାରିକ, ଟିକୁ ପ୍ରଧାନ, ବିମ୍ବାଧର କୁଅଁର, ସୋମନାଥ ଦାସ, ବାବି ଦାସ, ମିତ୍ରଭାନୁ ମହାନ୍ତ ଓ ରକ୍ଷାକାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ସାଇ ତାରିଣୀ ଗ୍ରୁପ୍ ପକ୍ଷରୁ ପ୍ରଫୁଲ୍ଲ ସାରଙ୍କ ତତ୍ତ୍ୱାବଧାନରେ ଭଜନ ପରିବେଷଣ କରାଯାଇଥିଲା। ପ୍ରାଚୀବାଳା, ସୀମା, ମନୀଷା, ରୁଦ୍ର, ମଳୟ ଓ ସୁଜିତ ମିଶ୍ର ସଙ୍ଗୀତ ପରିବେଷଣ କରିଥିଲେ।
ସ୍ୱର୍ଗତ ନାୟକଙ୍କ ବଡ଼ପୁଅ ଲୋକନାଥ ନାୟକ ଘରେ ପାରମ୍ପରିକ ରୀତିନୀତି ପାଳନ କରିଥିବା ବେଳେ ସାନପୁଅ ତଥା ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମଝିଆଁ ପୁଅ ଅତିଥି ଓ ଉପସ୍ଥିତ ଲୋକଙ୍କୁ ସ୍ୱାଗତ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
