• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବିଶ୍ୱ ମିତବ୍ୟୟିତା ଦିବସ ଉପଲକ୍ଷେ ଫୁଲବାଣୀରେ ଆର୍ଥିକ ସାକ୍ଷରତା ଓ ସଚେତନତା ଶିବିର

Byodishri Live

Nov 2, 2026

ଫୁଲବାଣୀ (ଓଡ଼ିଶ୍ରୀ ସମ୍ବାଦ): ବିଶ୍ୱ ମିତବ୍ୟୟିତା ଦିବସ ଉପଲକ୍ଷେ କନ୍ଧମାଳ ଜିଲ୍ଲାର ଫୁଲବାଣୀସ୍ଥିତ ସରକାରୀ ସ୍ୱୟଂଶାସିତ ବିଜୟ ଚନ୍ଦ୍ର ପାତ୍ର ମହାବିଦ୍ୟାଳୟରେ ଏକ ଆର୍ଥିକ ସାକ୍ଷରତା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।

ସଞ୍ଚୟ ଓ ଆର୍ଥିକ ସେବା ନିର୍ଦ୍ଦେଶାଳୟ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଅକ୍ଟୋବର ୩୦ ତାରିଖରେ ଆୟୋଜିତ ଏହି ଶିବିରରେ ଆର୍ଥିକ ସାକ୍ଷରତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିଲା।

ଶିବିରରେ ସରକାରଙ୍କ ଦ୍ୱାରା ପରିଚାଳିତ ସ୍ୱଳ୍ପ ସଞ୍ଚୟ ଯୋଜନା, ଆର୍ଥିକ ଠକେଇରୁ ବର୍ତ୍ତିବାର ଉପାୟ, ଡିଜିଟାଲ ବ୍ୟାଙ୍କିଂର ଲାଭ ଓ କ୍ଷତି, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ଚିଟ୍‌ଫଣ୍ଡ ସଂସ୍ଥାର ଠକେଇରୁ ସୁରକ୍ଷିତ ରହିବା ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିସହ ସୁରକ୍ଷିତ ସଞ୍ଚୟ ଓ ଆର୍ଥିକ ସେବାର ସଠିକ୍‌ ଉପଯୋଗ ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଫୁଲବାଣୀ ଡାକଘରର ଆଞ୍ଚଳିକ ଅଧୀକ୍ଷକ, କନ୍ଧମାଳ ଲିଡ୍‌ ଡିଷ୍ଟ୍ରିକ୍ଟ ମ୍ୟାନେଜର (ଏଲ୍‌ଡିଏମ୍‌), ଆର୍ଥିକ ସେବା ପରିଷଦର ପ୍ରତିନିଧି, ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଫୁଲବାଣୀ ସାଇବର ପୋଲିସର ପ୍ରତିନିଧି ପ୍ରମୁଖ ଯୋଗଦେଇ ଆର୍ଥିକ ସଚେତନତା ଉପରେ ନିଜ ନିଜର ମତ ରଖିଥିଲେ।

ଏହି ଶିବିରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବିଭିନ୍ନ ବିଭାଗର ଅଧ୍ୟାପକମାନେ ଅଂଶଗ୍ରହଣ କରିଥିଲେ। ନିୟମିତ ସଞ୍ଚୟ, ସଚେତନ ଆର୍ଥିକ କାରବାର ଓ ଠକେଇରୁ ସୁରକ୍ଷା ସମ୍ପର୍କରେ ଜ୍ଞାନ ବୃଦ୍ଧି କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

Spread the love

Leave a Reply

Your email address will not be published. Required fields are marked *