• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ନୁଆଁଖାଇ ସହ ଗଣେଶ ପୂଜାର ଉତ୍ସବ, ବାଜା-ବାଣରେ ଉତ୍ସବମୁଖର ହେଲା ସାରା ଗାଁ

Byodishri Live

Sep 17, 2026

କଳାହାଣ୍ଡି (ଓଡ଼ିଶ୍ରୀ ସମ୍ବାଦ): କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକ୍‌ ହାରାମଲ ପଞ୍ଚାୟତ ଅଧୀନ ବ୍ରାହ୍ମଣ କେନ୍ଦୁଗୁଡା ଗ୍ରାମରେ ନୁଆଁଖାଇ ସହ ଗଣେଶ ପୂଜା ଉତ୍ସବ ପାରମ୍ପରିକ ରୀତିନୀତି ଓ ଉତ୍ସାହର ସହ ପାଳିତ ହୋଇଛି। ପୂଜା ପରେ ବାଜା, ବାଣ ଓ ନାଚଗୀତର ତାଳେ ଧୁମଧାମରେ ଗଜାନନଙ୍କୁ ବିଦାୟ ଦିଆଯାଇଛି।

ଗଣେଶ ପୂଜା ଅବସରରେ ସମଗ୍ର ବ୍ରାହ୍ମଣ କେନ୍ଦୁଗୁଡା ଗ୍ରାମ ଭକ୍ତି ଓ ଉତ୍ସାହରେ ମୁଖରିତ ହୋଇଉଠିଥିଲା। ପୂଜାର ସମସ୍ତ କାର୍ଯ୍ୟକ୍ରମ ଶେଷ ପରେ ଗଜାନନଙ୍କୁ ବିସର୍ଜନ ପାଇଁ ଶୋଭାଯାତ୍ରାରେ ନିଆଯାଇଥିଲା। ବାଜାର ତାଳେ ତାଳେ ଓ ବାଣ ଫୁଟିବାର ଶବ୍ଦରେ ଉତ୍ସବମୁଖର ହୋଇଥିଲା ସାରା ଗାଁ।

ବିସର୍ଜନ ଶୋଭାଯାତ୍ରାରେ ଗ୍ରାମର ମା’ ମାଉସୀ, ମାମା-ମାମୀ, ଭାଇ-ଭଉଣୀ, ଦାଦା-ଖୁଡ଼ିଙ୍କ ସମେତ ବହୁ ଗ୍ରାମବାସୀ ଓ ଭଦ୍ରବ୍ୟକ୍ତି ସାମିଲ ହୋଇଥିଲେ। ନାଚଗୀତର ତାଳେ ତାଳେ ସମସ୍ତେ ଆନନ୍ଦରେ ଝୁମି ଉଠିଥିଲେ।

ଭାଇଚାରା ଓ ଏକତାର ବାର୍ତ୍ତା ମଧ୍ୟରେ ଧୁମଧାମରେ ଗଜାନନଙ୍କ ବିସର୍ଜନ ସମ୍ପନ୍ନ ହୋଇଥିଲା। ଏହା ସହ ଆସନ୍ତା ବର୍ଷ ପୁଣି ଗଜାନନଙ୍କ ଆଗମନକୁ ଅପେକ୍ଷା କରିଛନ୍ତି ବ୍ରାହ୍ମଣ କେନ୍ଦୁଗୁଡା ଗ୍ରାମବାସୀ।

Spread the love

Leave a Reply

Your email address will not be published. Required fields are marked *