• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ସରକାରୀ ଯୋଜନା ସାତସପନ

Byodishri Live

Sep 17, 2026

ସୁବର୍ଣ୍ଣପୁର (ଓଡ଼ିଶ୍ରୀ ସମ୍ବାଦ): ସରକାରୀ ଯୋଜନାରୁ ବଞ୍ଚିତ ହୋଇ ଦୁର୍ଦ୍ଦଶାରେ ଦିନ କାଟୁଥିବା ଜଣେ ଯୁବତୀଙ୍କ ଘଟଣା ସାମ୍ନାକୁ ଆସିଛି। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍‌ ଖେମାଲୋଏ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଖୋଲ ଗ୍ରାମର ୨୦ ବର୍ଷୀୟା ବାସନ୍ତୀ ହାତୀ ଭତ୍ତା ଓ ସରକାରୀ ସହାୟତାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ବାସନ୍ତୀ ଜନ୍ମରୁ ଗୋଟିଏ ଆଖି ନଥିବାବେଳେ ଅନ୍ୟ ଆଖିରେ ମଧ୍ୟ ସମସ୍ୟା ରହିଛି। ଆଖିରୁ ରକ୍ତସ୍ରାବ ହେଉଥିବାରୁ ବିଭିନ୍ନ ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ ମଧ୍ୟ ସୁଫଳ ମିଳୁନଥିବା ସେ କହିଛନ୍ତି।

ପିଲାଟି ଦିନରୁ ବାପା-ମାଆଙ୍କୁ ହରାଇଥିବା ବାସନ୍ତୀ ଅତ୍ୟନ୍ତ ଅଭାବ ଅନଟନ ମଧ୍ୟରେ ଜୀବନ ବିତାଉଛନ୍ତି। ନିଜ ଜୀବିକା ଓ ଔଷଧ ଖର୍ଚ୍ଚ ମେଣ୍ଟାଇବା ପାଇଁ ସେ ଗାଁର ଅନ୍ୟ ମହିଳାମାନଙ୍କ ସହ ନିକଟସ୍ଥ ଜଙ୍ଗଲକୁ ଯାଇ ଶାଳପତ୍ର ସଂଗ୍ରହ କରୁଛନ୍ତି। ସେଥିରୁ ଖଲି ଓ ଦନା ତିଆରି କରି ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଉଥିବା ଜଣାପଡ଼ିଛି।

ବାସନ୍ତୀଙ୍କ କହିବା ଅନୁଯାୟୀ, ସରକାରୀ କର୍ମଚାରୀଙ୍କ ଠାରୁ ତାଙ୍କୁ ଦିବ୍ୟାଙ୍ଗତା ସମ୍ପର୍କିତ ପ୍ରମାଣପତ୍ର ମିଳିଥିଲେ ମଧ୍ୟ ଏଯାଏଁ ଭତ୍ତା ମିଳୁନାହିଁ। ଏନେଇ ସ୍ଥାନୀୟ ସରପଞ୍ଚଙ୍କୁ ଅନୁରୋଧ କରିଥିଲେ ମଧ୍ୟ ସହାୟତା ମିଳିନଥିବା ସେ ଅଭିଯୋଗ କରିଛନ୍ତି।

ଏଭଳି ସ୍ଥିତିରେ ବାସନ୍ତୀଙ୍କୁ ଭତ୍ତା ଓ ଆବଶ୍ୟକ ସରକାରୀ ସହାୟତା କେବେ ମିଳିବ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଘଟଣାର ଯାଞ୍ଚ କରି ଯୋଗ୍ୟତା ଅନୁଯାୟୀ ତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *