• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବିଶ୍ୱ ଷ୍ଟ୍ରୋକ୍‌ ଦିବସରେ ଏସ୍‌ସିବିରେ CME କାର୍ଯ୍ୟକ୍ରମ ଅନୁଷ୍ଠିତ

Byodishri Live

Nov 5, 2026

ଷ୍ଟ୍ରୋକ୍‌ର ଲକ୍ଷଣ ଚିହ୍ନଟ, ତୁରନ୍ତ ଚିକିତ୍ସା ଓ ଆଧୁନିକ ପରିଚାଳନା ଉପରେ ଗୁରୁତ୍ୱ

କଟକ, (ଓଡ଼ିଶ୍ରୀ ସମ୍ବାଦ): ବିଶ୍ୱ ଷ୍ଟ୍ରୋକ୍‌ ଦିବସ ଅବସରରେ କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ପକ୍ଷରୁ ଷ୍ଟ୍ରୋକ୍‌ର ଚିକିତ୍ସା ଓ ପରିଚାଳନା ସମ୍ପର୍କିତ ନିରନ୍ତର ଚିକିତ୍ସା ଶିକ୍ଷା (CME) କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ଏହି କାର୍ଯ୍ୟକ୍ରମରେ ମେଡିକାଲ କଲେଜର ଡିନ୍‌ ତଥା ପ୍ରିନ୍ସିପାଲ୍‌ ଡା. ପ୍ରତିଭା ପଣ୍ଡା, ହସ୍ପିଟାଲ ଅଧୀକ୍ଷକ ଡା. ଜ୍ୟୋତିଶ ଚନ୍ଦ୍ର ଚୌଧୁରୀ, ସ୍ନାୟୁରୋଗ ବିଭାଗର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଡା. ଅଶୋକ କୁମାର ମଲ୍ଲିକ, ଡା. କାଳୀ ପ୍ରସନ୍ନ ସ୍ୱାଇଁ ଏବଂ ଅତିରିକ୍ତ ହସ୍ପିଟାଲ ଅଧୀକ୍ଷକ ଜ୍ୟୋତିର୍ମୟ ନାୟକଙ୍କ ସମେତ ବିଭିନ୍ନ ବିଭାଗର ଡାକ୍ତର, ଅଧିକାରୀ ଓ ହସ୍ପିଟାଲ କର୍ମଚାରୀ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ଷ୍ଟ୍ରୋକ୍‌ର ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ, ତୁରନ୍ତ ଚିକିତ୍ସା, ଆଧୁନିକ ଚିକିତ୍ସା ପଦ୍ଧତି ଏବଂ ରୋଗୀଙ୍କ ଉତ୍ତମ ପରିଚାଳନା ସମ୍ପର୍କରେ ଆଲୋଚନା ହୋଇଥିଲା। ଷ୍ଟ୍ରୋକ୍‌ ରୋଗୀଙ୍କ କ୍ଷେତ୍ରରେ ବିଳମ୍ବ ନକରି ଚିକିତ୍ସା ଆରମ୍ଭ କରିବା ଜୀବନ ରକ୍ଷା ଓ ଜଟିଳତା ହ୍ରାସ କରିବାରେ କେତେ ଗୁରୁତ୍ୱପୂର୍ଣ୍ଣ, ସେନେଇ ମଧ୍ୟ ସଚେତନତା ସୃଷ୍ଟି କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଫାଇନାନ୍ସ କନ୍‌ସଲଟାଣ୍ଟ ସୁମନ କୁମାର ଉପାଧ୍ୟାୟ ଏବଂ ହସ୍ପିଟାଲ ମ୍ୟାନେଜର ସୌମ୍ୟ ରଞ୍ଜନ ସାହୁ ପରିଚାଳନା କରିଥିଲେ।

ଷ୍ଟ୍ରୋକ୍‌ ସମ୍ପର୍କରେ ଚିକିତ୍ସା କ୍ଷେତ୍ରରେ ଜ୍ଞାନ ଓ ଦକ୍ଷତା ବୃଦ୍ଧି ସହ ରୋଗୀଙ୍କୁ ଉନ୍ନତ ଏବଂ ସମୟୋଚିତ ଚିକିତ୍ସା ଯୋଗାଇଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

Spread the love

Leave a Reply

Your email address will not be published. Required fields are marked *