୧୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ଯୋଗଦାନ; ଆଗାମୀ ସାଂଗଠନିକ କାର୍ଯ୍ୟପନ୍ଥା ଓ ରାଜ୍ୟସ୍ତରୀୟ ସମ୍ମିଳନୀ ପ୍ରସ୍ତୁତି ଉପରେ ଆଲୋଚନା
ଭଦ୍ରକ (ଓଡ଼ିଶ୍ରୀ ସମ୍ବାଦ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଭଦ୍ରକ ଜିଲ୍ଲା ପକ୍ଷରୁ ଭଦ୍ରକ ବାଇପାସ୍ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଜିଲ୍ଲାସ୍ତରୀୟ ଛାତ୍ରନେତା ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଜିଲ୍ଲାର ବିଭିନ୍ନ ବ୍ଲକ୍ରୁ ଆସିଥିବା ୧୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏଥିରେ ଯୋଗଦେଇଥିଲେ।
ସମ୍ମିଳନୀରେ ଆଗାମୀ ଦିନର ସାଂଗଠନିକ ଯୋଜନା ଏବଂ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ଛାତ୍ରନେତା ସମ୍ମିଳନୀର ପ୍ରସ୍ତୁତି ଓ ରୂପରେଖ ନେଇ ଆଲୋଚନା କରାଯାଇଥିଲା। ଏଥିସହ ଶିକ୍ଷାନୁଷ୍ଠାନ ଓ କ୍ୟାମ୍ପସ୍ଗୁଡ଼ିକରେ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତିଗୁଡ଼ିକୁ କିପରି ସଚ୍ଚୋଟତାର ସହ କାର୍ଯ୍ୟକାରୀ କରାଯାଇପାରିବ, ସେନେଇ ବିସ୍ତୃତ ମତବିନିମୟ ହୋଇଥିଲା।
କାର୍ଯ୍ୟକ୍ରମରେ ଏବିଭିପି ଓଡ଼ିଶାର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଦିଲ୍ଲୀପ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରନେତାମାନଙ୍କୁ ମାର୍ଗଦର୍ଶନ କରିଥିଲେ। ବାଲେଶ୍ୱର ବିଭାଗ ସଂଗଠନ ସମ୍ପାଦକ ସମ୍ବିତ ପ୍ରସାଦ ରାଉତ, ଜିଲ୍ଲା ପ୍ରମୁଖ ଡକ୍ଟର ବସନ୍ତ କୁମାର ଦୀକ୍ଷିତ, ଜିଲ୍ଲା ସଂଯୋଜକ ଓମକାର ମହାନ୍ତି, ଜିଲ୍ଲା ବ୍ୟବସ୍ଥା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ ଓ ବିଭାଗ ସଂଯୋଜକ ଜ୍ୟୋତିପ୍ରକାଶ ସାହୁ ଉପସ୍ଥିତ ରହି ନିଜ ମତ ରଖିଥିଲେ।
ଏହାବ୍ୟତୀତ ନଗର ସଭାପତି ଜାନକୀ ପାଢ଼ୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋପୀକୃଷ୍ଣ ବାରିକ, ଖେଲୋ ଭାରତ ସହ-ସଂଯୋଜକ ଆୟୁଷ ପାଣିଗ୍ରାହୀ, କାର୍ଯ୍ୟକ୍ରମ ସଂଯୋଜକ ସତ୍ୟବ୍ରତ ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହିମାଂଶୁ ମହାରଣା ଓ ଶ୍ରୀତମ ସାମଲ, ନଗର ସମ୍ପାଦକ କାହ୍ନା ଜେନା, ସୋସିଆଲ ମିଡିଆ ସହ-ସଂଯୋଜକ ଦେବୀପ୍ରସାଦ ଦାସ, ମାଧୁରୀ ରାଉତ ଓ ଦୀପ୍ତେଶୁ ସାମଲଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ସମ୍ମିଳନୀ ପରିଚାଳନାରେ ସହଯୋଗ କରିଥିଲେ।
