• Sat. Nov 7th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଧର୍ମଶାଳାର ସୁନ୍ଦରିଆରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଶିଳାନ୍ୟାସ

Byodishri Live

Nov 7, 2026

ତୃତୀୟ ପର୍ଯ୍ୟାୟରେ ଭିତ୍ତିପ୍ରସ୍ତର ସ୍ଥାପନ; ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେଲେ ମୁଖ୍ୟ ଅତିଥି

ଧର୍ମଶାଳା (ତୀର୍ଥକ୍ଷେତ୍ର): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ସୁନ୍ଦରିଆ ଗ୍ରାମ ପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ତୃତୀୟ ପର୍ଯ୍ୟାୟ ଶିଳାନ୍ୟାସ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।

ଏହି ଉତ୍ସବରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଳାନ୍ୟାସର ଭିତ୍ତିପ୍ରସ୍ତର ଉନ୍ମୋଚନ କରିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମର ପ୍ରସାରଣରେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ଜଳଧର ମହାନ୍ତି, ଦେବଦତ୍ତ ପଣ୍ଡା, ଗୌରାଙ୍ଗ ପୃଷ୍ଟି, ଚନ୍ଦ୍ରମଣି ପଣ୍ଡିତ, ବ୍ଲକ ଅଧ୍ୟକ୍ଷା ସୁଚିସ୍ମିତା ଦାସ, ସ୍ଥାନୀୟ ସରପଞ୍ଚ ନିର୍ମଳ କୁମାର ଦାସ, ସମିତି ସଭ୍ୟ ନିତ୍ୟାନନ୍ଦ ବିଶ୍ୱାଳ ଏବଂ ପ୍ରତାପପୁର କ୍ଲଷ୍ଟରର ସିଆରସିସି ସନ୍ତୋଷ କୁମାର ବେହେରାଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସ୍ନିଗ୍ଧା ରାଣୀ ସାମଲଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ସହଯୋଗରେ ଉତ୍ସବ ସମ୍ପନ୍ନ ହୋଇଥିବାରୁ ଶେଷରେ ପ୍ରଧାନଶିକ୍ଷୟିତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାସାଙ୍ଗ ଘୋଷଣା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *