ଶିକ୍ଷାର ବିକାଶ ପାଇଁ ସରକାରଙ୍କ ପଦକ୍ଷେପକୁ ଅଞ୍ଚଳବାସୀଙ୍କ ପ୍ରଶଂସା
ମୁରିବାହାଲ (ଓଡ଼ିଶ୍ରୀ ସମ୍ବାଦ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ଅନ୍ତର୍ଗତ ବାନ୍ଦୁପଲା ପ୍ରାଥମିକ ବିଦ୍ୟାଳୟଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବାନ୍ଦୁପଲା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସଞ୍ଜୟ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିଧାୟକ ପ୍ରତିନିଧି ପୁରନ୍ଦର ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ସମ୍ମାନିତ ଅତିଥି ଭାବେ ବିଜେପି ମଣ୍ଡଳ ସଭାପତି ରାମୁ କୁମ୍ଭାର, ବାନ୍ଦୁପଲା ସରପଞ୍ଚ ପ୍ରିୟବ୍ରତ ପ୍ରଧାନୀ, ସମିତି ସଭ୍ୟ ଜଳନ୍ଧର ପ୍ରଧାନୀ, ଚଲକି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମନ୍ତ କୁମାର ନାୟକ, ପୂର୍ବତନ ବ୍ଲକ୍ ଶିକ୍ଷା ଅଧିକାରୀ ଭୋଳାନାଥ କୁମ୍ଭାର, ବାନ୍ଦୁପଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଲିଲୁ ମୋହନ ପ୍ରଧାନ, ଚଲକି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ କାଲାମନି ଚିନ୍ଦା, ବାନ୍ଦୁପଲା ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମଧୁ ମାଝି, ସମାଜସେବୀ ଅନିରୁଦ୍ଧ ମେହେର ଓ ୱାର୍ଡ ସଭ୍ୟ ନକୁଳ ପୁଟେଲ ମଞ୍ଚାସୀନ ହୋଇଥିଲେ।
ଏହି ପଦକ୍ଷେପକୁ ବାନ୍ଦୁପଲା ଅଞ୍ଚଳବାସୀ ପ୍ରଶଂସା କରିବା ସହ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଏହି ଉଦ୍ୟମକୁ ଧନ୍ୟବାଦ ଜଣାଇଥିଲେ।
କାର୍ଯ୍ୟକ୍ରମକୁ ଭୋଜରାଜ ପ୍ରଧାନ ସଂଯୋଜନା କରିଥିବା ବେଳେ ଚଲକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜିତେନ୍ଦ୍ର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ବାନ୍ଦୁପଲା ପ୍ରାଥମିକ ବିଦ୍ୟାଳୟର କର୍ମକର୍ତ୍ତା, ବାନ୍ଦୁପଲା ଆଞ୍ଚଳିକ ସାଧନ କେନ୍ଦ୍ର ଅଧୀନରେ ଥିବା ବିଭିନ୍ନ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଗ୍ରାମବାସୀ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।
