• Sat. Nov 7th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଲଙ୍ଗଳେଶ୍ୱର ରୟାଲ ଢାବାରୁ ବିଳମ୍ବିତ ରାତିରେ ଚୋରି

Byodishri Live

Nov 7, 2026

ତାଲା ଭାଙ୍ଗି ଦୁଇଟି ଗ୍ୟାସ୍‌ ସିଲିଣ୍ଡର, ଚୁଲା ଓ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବାଲିଆପାଳ, (ଓଡ଼ିଶ୍ରୀ ସମ୍ବାଦ): ବାଲେଶ୍ୱର ଜିଲ୍ଲା ବଣିଆଡିହା ପଞ୍ଚାୟତ ଅନ୍ତର୍ଗତ ଲଙ୍ଗଳେଶ୍ୱରଠାରେ ଥିବା ରୟାଲ ଢାବାରେ ବିଳମ୍ବିତ ରାତିରେ ଚୋରି ଘଟଣା ଘଟିଛି। ଢାବାର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ବିଭିନ୍ନ ସାମଗ୍ରୀ ଚୋରି କରି ନେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଢାବା ମାଲିକ ମନୋରଞ୍ଜନ କାମିଳାଙ୍କ ଢାବାରୁ ଦୁଇଟି ଗ୍ୟାସ୍‌ ସିଲିଣ୍ଡର, ଦୁଇଟି ଚୁଲା, ୧,୧୦୦ ଟଙ୍କା ନଗଦ ଏବଂ ଡାଇନିଂ ସାମଗ୍ରୀ ସମେତ ଅନ୍ୟାନ୍ୟ ଜିନିଷ ଚୋରି ହୋଇଛି।

ଏହି ଘଟଣାକୁ ନେଇ ଢାବା ମାଲିକ ମନୋରଞ୍ଜନ କାମିଳା ସିଂଲା ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏତଲାକୁ ଆଧାର କରି ଘଟଣାର ତଦନ୍ତ କରି ଚୋରିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହ ଚୋରି ସାମଗ୍ରୀ ଉଦ୍ଧାର କରିବାକୁ ଦାବି ହୋଇଛି।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *