• Sat. Nov 7th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ନୂଆପଡ଼ାରେ ତମାଖୁମୁକ୍ତ ଅଭିଯାନ ୪.୦ର ଶୁଭାରମ୍ଭ

Byodishri Live

Nov 7, 2026

ନୂଆପଡ଼ା, (ଓଡ଼ିଶ୍ରୀ ସମ୍ବାଦ): ଯୁବପିଢ଼ିଙ୍କୁ ତମାଖୁ ସେବନର କୁପ୍ରଭାବ ସମ୍ପର୍କରେ ସଚେତନ କରିବା ସହ ଏକ ସୁସ୍ଥ ଓ ତମାଖୁମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ନୂଆପଡ଼ା ଜିଲ୍ଲାରେ ଜିଲ୍ଲାସ୍ତରୀୟ ତମାଖୁମୁକ୍ତ ଅଭିଯାନ ୪.୦ର ଶୁଭାରମ୍ଭ ହୋଇଛି। ଶୁକ୍ରବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଇଶାନୀ ମିତ୍ରଙ୍କ ଅଧ୍ୟକ୍ଷତାରେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା।

ବୈଠକରେ ତମାଖୁ ସେବନର କୁପ୍ରଭାବ ଏବଂ ଏହା ଅଣସଂକ୍ରାମକ ରୋଗର ଏକ ପ୍ରମୁଖ କାରଣ ହୋଇଥିବା ସମ୍ପର୍କରେ ଆଲୋଚନା ହୋଇଥିଲା। ତମାଖୁ ସେବନରୁ ଦୂରେଇ ରହିବା ଏବଂ ଏହି ଅଭ୍ୟାସ ତ୍ୟାଗ କରିବା ପାଇଁ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନେ ଶପଥ ନେଇଥିଲେ।

ଏହି ଅଭିଯାନର ଛଅଟି ପ୍ରମୁଖ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଯାଇଥିଲା। ଏଥିସହ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରସ୍ତୁତ ପ୍ରଚାରପତ୍ର ଉନ୍ମୋଚନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମଞ୍ଜୁରାଣୀ ସିଂହ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡା. ଦିଲ୍ଲୀପ କୁମାର ଦାସ, ଜିଲ୍ଲା ପ୍ରକଳ୍ପ ପରିଚାଳକ ସତ୍ୟନାରାୟଣ ତ୍ରିପାଠୀ, ଜିଲ୍ଲା ସଂକ୍ରାମକ ରୋଗ ବିଶେଷଜ୍ଞ ଡା. ଜଗତବନ୍ଧୁ ମହାପାତ୍ର ଏବଂ ଜିଲ୍ଲା ଅଣସଂକ୍ରାମକ ରୋଗ ପରିଚାଳକ ଶରତ ଚନ୍ଦ୍ର ନାଏକଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *