ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଓ ପୋଲିସର ମିଳିତ ଚଢ଼ାଉରେ ୨ଟି କଲରାପତରିଆ ବାଘ ଛାଲ ଜବତ ହୋଇଛି। ଏହି ଘଟଣାରେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ରତଙ୍ଗ ଗ୍ରାମର ୩୮ ବର୍ଷୀୟ ଉତ୍ତମ ମାଝୀଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁସାରେ, ବାଲିଗୁଡ଼ା ବନଖଣ୍ଡ ଓ ବାଲିଗୁଡ଼ା ପୋଲିସର ମିଳିତ ଉଦ୍ୟମରେ ବନ୍ୟପ୍ରାଣୀ ଚୋରାଚାଲାଣ ବିରୋଧରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ୨ଟି କଲରାପତରିଆ ବାଘ ଛାଲ ଜବତ ହୋଇଥିବା ବେଳେ ଉତ୍ତମ ମାଝୀଙ୍କୁ ଧରାଯାଇଥିଲା।
ଉତ୍ତମ ମାଝୀଙ୍କ ବିରୋଧରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।
ତେବେ ଏହି ବନ୍ୟପ୍ରାଣୀ ଚୋରାଚାଲାଣ ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।
