• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ହିମାଂଶୁ ଶେଖର ତ୍ରିପାଠୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

Byodishri Live

Sep 29, 2026

ସୁବର୍ଣ୍ଣପୁର (ଓଡ଼ିଶ୍ରୀ ସମ୍ବାଦ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାସ୍ଥିତ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସ୍ୱର୍ଗତ ହିମାଂଶୁ ଶେଖର ତ୍ରିପାଠୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଅଧ୍ୟକ୍ଷ ସରୋଜ କୁମାର ପାଣ୍ଡିଆଙ୍କ ସଭାପତିତ୍ୱରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା।

ଶୋକସଭାରେ ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆ ସ୍ୱର୍ଗତ ତ୍ରିପାଠୀଙ୍କ ସ୍ମୃତିଚାରଣ କରିଥିଲେ। ସ୍ୱର୍ଗତ ତ୍ରିପାଠୀ ୧୯୯୧ ମସିହାରୁ ଏହି ଅନୁଷ୍ଠାନର ପରିଚାଳନା ପରିଷଦର ପ୍ରତିଷ୍ଠାତା ଓ ସଭାପତି ଭାବେ ଦାୟିତ୍ୱ ତୁଲାଇ ଆସିଥିଲେ। ସେ ଜଣେ ସ୍ନେହୀ, ରାଜନୈତିକ ବ୍ୟକ୍ତିତ୍ୱ ଓ ବୁଦ୍ଧିଜୀବୀ ଭାବେ ପରିଚିତ ଥିଲେ ବୋଲି ସଭାରେ ମତ ପ୍ରକାଶ ପାଇଥିଲା।

ତାଙ୍କ ବିୟୋଗରେ ଅନୁଷ୍ଠାନର ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଶୋକ ପ୍ରକାଶ କରିବା ସହ ସ୍ୱର୍ଗତ ତ୍ରିପାଠୀଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରିଥିଲେ।

ଏହି ଶୋକସଭାରେ ପ୍ରାଧ୍ୟାପକ ଶାନ୍ତନୁ କୁମାର ପୁରୋହିତ, କୈଳାସ ମେହେର, ବିକାଶ ଗଡୁଆ, ତ୍ରିବିକ୍ରମ ମେସୁଆ, ଚିନ୍ତାମଣି ଆଚାର୍ଯ୍ୟ, ଦେବେନ୍ଦ୍ର ହରିପାଲ, ଶିବନାରାୟଣ ମହାକୁରଙ୍କ ସମେତ ଅନ୍ୟ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *