ଜୟପାଟଣା (ଓଡ଼ିଶ୍ରୀ ସମ୍ବାଦ): ଜୟପାଟଣା ବ୍ଲକ ଅନ୍ତର୍ଗତ ପାଇକେନ୍ଦୁମୁଣ୍ଡି ସରକାରୀ ଉନ୍ନୀତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଡ୍ରେସ ବଣ୍ଟନ କରାଯାଇଛି। ମା’ ଧନଲକ୍ଷ୍ମୀ ଏସ୍ଏସ୍ଜି ଗ୍ରୁପ୍ ପକ୍ଷରୁ ଏହି ଡ୍ରେସ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷକ-ଶିକ୍ଷୟିତ୍ରୀ, ଏସ୍ଏସ୍ଜି ସଦସ୍ୟ ଓ ଅଭିଭାବକମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଡ୍ରେସ ପ୍ରଦାନ କରିଥିଲେ। ନୂଆ ଡ୍ରେସ ପାଇ ଛାତ୍ରଛାତ୍ରୀମାନେ ଖୁସି ପ୍ରକାଶ କରିଥିଲେ।
ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ସୁବିଧା ଯୋଗାଇବା ସହ ଶିକ୍ଷା ପ୍ରତି ସେମାନଙ୍କ ଆଗ୍ରହ ବଢ଼ାଇବାରେ ଏଭଳି ପଦକ୍ଷେପ ସହାୟକ ହେବ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।
