• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବାରିଗାଁରେ ଚୋରା ମୋରମ ଉତ୍ତୋଳନ ଅଭିଯୋଗ

Byodishri Live

Sep 30, 2026

କେନ୍ଦୁଝର (ଓଡ଼ିଶ୍ରୀ ସମ୍ବାଦ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କାଠବାରୀ ଗ୍ରାମ ପଞ୍ଚାୟତର ବାରିଗାଁ ଅଞ୍ଚଳରେ ବେଆଇନ ଭାବେ ମୋରମ ଉତ୍ତୋଳନ ଓ ପରିବହନ ହେଉଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ସ୍ଥାନୀୟ ଅଞ୍ଚଳରୁ ବିନା ଅନୁମତିରେ ମୋରମ ଉତ୍ତୋଳନ କରାଯାଇ ବିଭିନ୍ନ ସ୍ଥାନକୁ ପରିବହନ କରି ବିକ୍ରି କରାଯାଉଛି। ଏହି କାରବାରକୁ ବିରୋଧ କରୁଥିବା କିମ୍ବା ଏନେଇ ପ୍ରଶ୍ନ ଉଠାଉଥିବା କିଛି ଲୋକଙ୍କୁ ଧମକ ଦିଆଯାଉଥିବା ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫଳରେ ଅନେକ ଲୋକ ଭୟଭୀତ ହୋଇ ଖୋଲାଖୋଲି ଅଭିଯୋଗ କରିବାକୁ ପଛଘୁଞ୍ଚା ଦେଉଥିବା କୁହାଯାଇଛି।

ଅନ୍ୟପକ୍ଷରେ, ମୋରମ ଉତ୍ତୋଳନ ଯୋଗୁଁ ସ୍ଥାନୀୟ ପରିବେଶ, ରାସ୍ତାଘାଟ ଓ ସରକାରୀ ଜମି ଉପରେ କୌଣସି ପ୍ରଭାବ ପଡ଼ୁଛି କି ନାହିଁ, ତାହାର ତଦନ୍ତ ଆବଶ୍ୟକ ବୋଲି ଗ୍ରାମବାସୀମାନେ କହିଛନ୍ତି।

ଗ୍ରାମବାସୀଙ୍କ ପକ୍ଷରୁ ଘଟଣାସ୍ଥଳରେ ରାଜସ୍ୱ ବିଭାଗ ଦ୍ୱାରା ତୁରନ୍ତ ତଦନ୍ତ କରିବାକୁ ଦାବି କରାଯାଇଛି। ମୋରମ ଉତ୍ତୋଳନ ପାଇଁ ଅନୁମତି, ଖଣିଜ ପରିବହନ ସମ୍ପର୍କିତ କାଗଜପତ୍ର ଓ ରୟାଲଟି ଦେୟ ଆଦି ଯାଞ୍ଚ କରିବା ସହ ଅନିୟମିତତା ଥିଲେ ଆଇନାନୁଯାୟୀ ପଦକ୍ଷେପ ନେବାକୁ ସେମାନେ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି।

ଏହି ଘଟଣା ପ୍ରତି ଜିଲ୍ଲା ପ୍ରଶାସନ ଓ ତହସିଲ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ନିରପେକ୍ଷ ତଦନ୍ତ କରିବା ସହ ଅନୁମତି ବିନା ଖଣିଜ ଉତ୍ତୋଳନ ଓ ପରିବହନ ହେଉଥିଲେ ତାହା ଉପରେ ଆଇନାନୁଯାୟୀ ରୋକ ଲଗାଇବାକୁ ବାରିଗାଁ ଗ୍ରାମବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *