• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବାରିପଦାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

Byodishri Live

Oct 2, 2026

ବାରିପଦା: ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାସ୍ଥିତ ଗାନ୍ଧୀ ପାର୍କଠାରେ ବାରିପଦା ଟାଉନ କଂଗ୍ରେସ ଓ ମହିଳା କଂଗ୍ରେସ ପକ୍ଷରୁ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଛି।

ଏହି ଅବସରରେ କଂଗ୍ରେସର ବହୁ ବରିଷ୍ଠ ନେତା ଓ କର୍ମୀ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ଶାନ୍ତି, ଅହିଂସା ଓ ମାନବିକତାର ନୀତି-ଆଦର୍ଶକୁ ସ୍ମରଣ କରିଥିଲେ। ଏଥିସହ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ସଭାପତି ହେମନ୍ତ ଦାସ, ନିରୋଜଲୋଚନ ଦାଶ, ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା, ବରିଷ୍ଠ ନେତା ଆଡଭୋକେଟ ବିଜନ ଦାସ, ଅଶୋକ ଅଧିକାରୀ, ରାଜ୍ୟ ବାଣିଜ୍ୟ ସେଲ ଅଧ୍ୟକ୍ଷ ଯୋଗେଶ ଅଗ୍ରୱାଲ, ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସମ୍ପାଦକ ଶୁଭସ୍ମିତା ଦାସ, ରାଜ୍ୟ ଆଦିବାସୀ ସେଲ ସାଧାରଣ ସମ୍ପାଦକ ଚୈତନ ମାଝୀ ଓ ଜିଲ୍ଲା ମହିଳା କଂଗ୍ରେସ ସଭାପତି ରଶ୍ମିତା ମିଶ୍ର ପ୍ରମୁଖ ଯୋଗଦେଇଥିଲେ।

ଏଥିସହ ଜିଲ୍ଲା କୃଷକ ସେଲ ସଭାପତି ଦୀପକ ଦାଶ, ଏସ୍‌ସି ସେଲ ଅଧ୍ୟକ୍ଷା ସସ୍ମିତା ବେହେରା, ଜିଲ୍ଲା ଉପସଭାପତି ଦୀପକ ଦାସ, ଶିବାନନ୍ଦ ଦାସ, ଟାଉନ ସଭାପତି ସେକ୍‌ ଇକବାଲ, ପୂର୍ବତନ ମହିଳା ସଭାପତି ସୁସ୍ମିତା ଘୋଷାଲ, ଓବିସି ନେତା ଆଡଭୋକେଟ ତାରାକାନ୍ତ ବେହେରା, ଇଂ. ସୋମରେଶ ପ୍ରଧାନ, ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ମୋତି ପ୍ରକାଶ ଦାଶ, ନାରୀ ନେତ୍ରୀ ଫରିଦା ତବସୁମ, ଭବାନୀ ସାହୁ, ଆଦିବାସୀ ନେତା ଛୋଟୁରାମ ବିନ୍ଧାଣି ଓ ଗଙ୍ଗାଧର ଦାସଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *