ଧର୍ମଶାଳା: ଧର୍ମଶାଳା ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଆସନ୍ତା ୧୫ ତାରିଖରେ ହେବାକୁ ଥିବା ନିର୍ବାଚନକୁ ନଜରରେ ରଖି ଜାରକାସ୍ଥିତ ଧର୍ମଶାଳା ଷ୍ଟାଡିୟମ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିଲା।
ଏବିଭିପି ପକ୍ଷରୁ ସଭାପତି ପଦ ପାଇଁ ଦିବ୍ୟରଞ୍ଜନ ନାୟକ, ଉପସଭାପତି ପାଇଁ ସ୍ୱାଧୀନ ସ୍ୱାଇଁ, ସାଧାରଣ ସମ୍ପାଦକ ପାଇଁ ସ୍ୱୟଂଶ୍ରୀ ଖଟୁଆ ଏବଂ ସହସମ୍ପାଦକ ପାଇଁ ରାଜଶ୍ରୀ ସାମଲଙ୍କୁ ପ୍ରାର୍ଥୀ କରାଯାଇଛି।
ସେହିପରି କ୍ଲାସ୍ ରିପ୍ରେଜେଣ୍ଟେଟିଭ୍ (ସିଆର୍) ପଦ ପାଇଁ ପ୍ରଭାତ କୁମାର ରାଉତ, ନାଟ୍ୟ ସମ୍ପାଦକ ପାଇଁ ଶୁଭଦର୍ଶିନୀ ବଳ, ନାଟ୍ୟ ସହସମ୍ପାଦକ ପାଇଁ ଓମପ୍ରକାଶ ରାଉତ ଏବଂ ନାଟ୍ୟ ସଂସଦର ସିଆର୍ ପଦ ପାଇଁ ଋତୁରାଣୀ କରଙ୍କ ନାମ ଘୋଷଣା କରାଯାଇଛି।
କ୍ରୀଡ଼ା ସମ୍ପାଦକ ପଦ ପାଇଁ ଗୌତମ ବେହେରା, କ୍ରୀଡ଼ା ସହସମ୍ପାଦକ ପାଇଁ ପ୍ରଗତିକା ମୁଦୁଲି ଏବଂ କ୍ରୀଡ଼ା ସଂସଦର ସିଆର୍ ପଦ ପାଇଁ ଦୀପାଂଶୁ ପଲେଇଙ୍କୁ ପ୍ରାର୍ଥୀ କରାଯାଇଛି।
ବିଜ୍ଞାନ ସଂସଦ ସମ୍ପାଦକ ପଦ ପାଇଁ ଅର୍ଘ୍ୟରୂପା ପାଣିଗ୍ରାହୀ, ସହସମ୍ପାଦକ ପାଇଁ ମୃତ୍ୟୁଞ୍ଜୟ ଦାସ ଏବଂ ସିଆର୍ ପଦ ପାଇଁ ମନୀଷା ଜେନାଙ୍କ ନାମ ଘୋଷଣା ହୋଇଛି। ପୂଜା ସମ୍ପାଦକ ପଦ ପାଇଁ ଶୁଭମ ପ୍ରକାଶ ପାଢ଼ୀ, ପୂଜା ସହସମ୍ପାଦକ ପାଇଁ ସୌମ୍ୟରଞ୍ଜନ ରାଉତ ଏବଂ ପୂଜା ସଂସଦର ସିଆର୍ ପଦ ପାଇଁ ରଞ୍ଜିତ ମହାନ୍ତିଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି।
ସାମ୍ବାଦିକ ସମ୍ମିଳନୀରେ ବିଜେପି ଯୁବ ସଂଗଠକ ରାଜେଶ ପାଳ, ଅଭିଷେକ ରାଉତ, ଶିବୁଲି ଧୀର, କ୍ଷିତୀଶ ନାୟକ, ସୌମ୍ୟପ୍ରକାଶ ବିଶ୍ୱାଳ, ସବ୍ୟସାଚୀ ସୁନ୍ଦରରାୟ ଏବଂ ପୂର୍ବତନ ଛାତ୍ର ସୁନୀଲ ରାଉତ ଓ ଜ୍ଞାନରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପ୍ରାର୍ଥୀଙ୍କ ନାମ ଘୋଷଣା ସମ୍ପର୍କରେ ସୂଚନା ଦେଇଥିଲେ। ଘୋଷିତ ପ୍ରାର୍ଥୀମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।
