• Wed. Sep 16th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଚୁଡ଼ିଆଲାଞ୍ଜି ଡବଲ ମର୍ଡର ମାମଲା: ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

Byodishri Live

Jul 30, 2026

ଗଞ୍ଜାମ, ଓଡ଼ିଶ୍ରୀ ସମ୍ବାଦ: ବହୁଚର୍ଚ୍ଚିତ ଚୁଡ଼ିଆଲାଞ୍ଜି ଡବଲ ମର୍ଡର ମାମଲାରେ ଗଞ୍ଜାମ ଜିଲ୍ଲାର OPID କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ମାମଲାରେ ଅଭିଯୁକ୍ତ ଜି. ଦେବେନ୍ଦ୍ର ଓ ଡି. ଗୋନାମ୍ମାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ରାୟ OPID କୋର୍ଟର ବିଚାରପତି ଶ୍ରୀମତୀ ସଙ୍ଗୀତା ପାଣି ଘୋଷଣା କରିଛନ୍ତି।

ମାମଲାର ବିବରଣୀ ଅନୁଯାୟୀ, ୨୦୨୪ ମସିହା ଫେବୃଆରୀ ୧୮ ତାରିଖ ମଧ୍ୟରାତ୍ରିରେ ଚୁଡ଼ିଆଲାଞ୍ଜି ଅଞ୍ଚଳରେ ଏହି ଦୁଇ ଜଣଙ୍କ ହତ୍ୟାକାଣ୍ଡ ଘଟିଥିଲା। ତଦନ୍ତ ସମୟରେ ପୋଲିସ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ, ଅଭିଯୁକ୍ତ ଦୁଇଜଣଙ୍କ ମଧ୍ୟରେ ଥିବା କଥିତ ଅନୈତିକ ସମ୍ପର୍କ ବିଷୟରେ ପୀଡ଼ିତମାନେ ଜାଣିଯାଇଥିବାରୁ ଏହି ହତ୍ୟାକାଣ୍ଡ ଘଟିଥିଲା ବୋଲି ଅଭିଯୋଗ ପକ୍ଷ ଦାବି କରିଥିଲା।

ଏହି ମାମଲାର ତଦନ୍ତ ତତ୍କାଳୀନ ଜରଡ଼ା ଥାନା ଆଇଆଇସି ତଥା ବର୍ତ୍ତମାନର ଗୋଳନ୍ଥରା ଆଇଆଇସି ଟୁନା ସାସମଲ କରିଥିଲେ। ତଦନ୍ତ ଶେଷ ପରେ ସେ ଅଦାଲତରେ ଚାର୍ଜସିଟ୍ ଦାଖଲ କରିଥିଲେ।

ବିଚାର ପ୍ରକ୍ରିୟା ସମୟରେ ସାକ୍ଷ୍ୟ, ପ୍ରମାଣ ଓ ଉପସ୍ଥାପିତ ତଥ୍ୟକୁ ବିଚାର କରି ଅଦାଲତ ଉଭୟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ପ୍ରଦାନ କରିଛନ୍ତି। ଏହି ରାୟ ସହ ବହୁଚର୍ଚ୍ଚିତ ଏହି ହତ୍ୟା ମାମଲାର ବିଚାର ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟର ସମାପ୍ତି ଘଟିଛି।

ରିପୋର୍ଟ: ଦେବୀ ପ୍ରସାଦ ମହାନ୍ତି, ରାଜ୍ୟ ସ୍ୱତନ୍ତ୍ର ପ୍ରତିନିଧି, ଓଡ଼ିଶ୍ରୀ ସମ୍ବାଦ।

Spread the love

Leave a Reply

Your email address will not be published. Required fields are marked *