• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ମୁରିବାହାଲ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ, ସଭାପତି ହେଲେ ପୀତବାସ ରଣା

Byodishri Live

Oct 16, 2026

ମୁରିବାହାଲ,(ଓଡ଼ିଶ୍ରୀ ସମ୍ବାଦ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ଡିଗ୍ରୀ କଲେଜର ଛାତ୍ର ସଂସଦ ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଗୁରୁବାର ଅନୁଷ୍ଠିତ ନିର୍ବାଚନରେ ସଭାପତି ପଦ ପାଇଁ ୪ ଜଣ ଓ ନାଟ୍ୟ ସମ୍ପାଦକ ପଦ ପାଇଁ ୨ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଅନ୍ୟ ପଦବୀଗୁଡ଼ିକ ପାଇଁ ପ୍ରାର୍ଥୀମାନେ ମନୋନୀତ ହୋଇଥିଲେ।

ନିର୍ବାଚନରେ ସଭାପତି ଭାବେ ପୀତବାସ ରଣା, ଉପସଭାପତି ଭାବେ ଓମପ୍ରକାଶ ମହାକୁର, ସାଧାରଣ ସମ୍ପାଦକ ଭାବେ ଗଗନ ମହାକୁର, ସାଂସ୍କୃତିକ ସମ୍ପାଦକ ଭାବେ ସନ୍ତୋଷ ଶର୍ମା, ନାଟ୍ୟ ସମ୍ପାଦକ ଭାବେ ଅଙ୍କିତ ଦଣ୍ଡସେନା ଏବଂ କ୍ରୀଡ଼ା ସମ୍ପାଦକ ଭାବେ ଆଦିତ୍ୟ ପ୍ରସାଦ ବାଗ ନିର୍ବାଚିତ ହୋଇଥିବା ଜଣାଯାଇଛି।

ମୁରିବାହାଲ ଡିଗ୍ରୀ କଲେଜର ଅଧ୍ୟକ୍ଷ ତଥା ଛାତ୍ର ସଂସଦ ନିର୍ବାଚନ ଅଧିକାରୀ ସରୋଜ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଅତିରିକ୍ତ ତହସିଲଦାର ଅଜିତ ଶବର, ପର୍ଯ୍ୟବେକ୍ଷକ ଭାବେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ଏବଂ ସହାୟକ ଜିଲ୍ଲାପାଳ ତୁଷାରକାନ୍ତି ମହଲା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *