• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବାବା ଭୈରବାନନ୍ଦ ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ୍‌, ସଭାପତି ଓ ସମ୍ପାଦକ ପଦ ଦଖଲ

Byodishri Live

Oct 16, 2026

ବଡ଼ଚଣା, (ଓଡ଼ିଶ୍ରୀ ସମ୍ବାଦ): ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ସମର୍ଥିତ ପ୍ରାର୍ଥୀମାନେ ସଭାପତି ଓ ସମ୍ପାଦକ ପଦରେ ବିଜୟୀ ହୋଇଛନ୍ତି। ଦୀର୍ଘ ୮ ବର୍ଷ ପରେ ଅନୁଷ୍ଠିତ ଏହି ନିର୍ବାଚନର ଫଳାଫଳକୁ ନେଇ ବଡ଼ଚଣା ବିଜେଡି ଶିବିରରେ ଉତ୍ସାହ ଦେଖାଦେଇଛି।

ଏହି ନିର୍ବାଚନରେ ବିସିଜେଡି ସମର୍ଥିତ ନବୀନ କୁମାର ପଣ୍ଡା ସଭାପତି ଏବଂ ଦେବସ୍ମିତା ବେହେରା ସମ୍ପାଦକ ପଦରେ ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ, ଏବିଭିପି ସମର୍ଥିତ ପ୍ରାର୍ଥୀମାନେ ଅନ୍ୟାନ୍ୟ ପଦବୀରେ ବିଜୟୀ ହୋଇଛନ୍ତି।

ନିର୍ବାଚନ ଫଳାଫଳ ଅନୁଯାୟୀ, ଉପସଭାପତି ଭାବେ ରିଙ୍କୁ ରାଉତ, ସହସମ୍ପାଦକ ଭାବେ ସୁମିତ୍ରା ସାହୁ, ଆଥଲେଟିକ୍‌ କ୍ଲବ ସମ୍ପାଦକ ଭାବେ ଅଭିନବ ପରିଡ଼ା ଏବଂ ସହସମ୍ପାଦକ ଭାବେ ବୃନ୍ଦାବନ ନାୟକ ନିର୍ବାଚିତ ହୋଇଛନ୍ତି। ସେହିପରି ଡ୍ରାମା କ୍ଲବ ସମ୍ପାଦକ ଭାବେ ଅର୍ଚ୍ଚନା ସାହୁ, ଡିବେଟ୍‌ ସମ୍ପାଦକ ଭାବେ ଜ୍ୟୋତ୍ସ୍ନା ସୃଷ୍ଟି, ସହସମ୍ପାଦକ ଭାବେ ଚିନ୍ମୟ ପାଢ଼ୀ, ଏନ୍‌ଏସ୍‌ସି ସମ୍ପାଦକ ଭାବେ ବିବେକାନନ୍ଦ ସେଠୀ ଏବଂ ସହସମ୍ପାଦକ ଭାବେ ଜ୍ୟୋତିର୍ମୟୀ ମହାରଣା ନିର୍ବାଚିତ ହୋଇଛନ୍ତି। ଷ୍ଟୁଡେଣ୍ଟ କମନ୍‌ରୁମ୍‌ ସମ୍ପାଦକ ଭାବେ ଅର୍ଶିତା କୁମାରୀ ଓଝା ଏବଂ ସହସମ୍ପାଦକ ଭାବେ ବୃତ୍ତି କୁମାରୀ ଓଝା ନିର୍ବାଚିତ ହୋଇଛନ୍ତି।

ବିଜୟ ପରେ ନିର୍ବାଚିତ ପ୍ରାର୍ଥୀମାନେ ଏକ ଶୋଭାଯାତ୍ରାରେ ବିଜୟ ଉତ୍ସବ ପାଳନ କରିଥିଲେ। ବିଜୟୀ ସଭାପତି ନବୀନ କୁମାର ପଣ୍ଡା ଓ ସମ୍ପାଦକ ଦେବସ୍ମିତା ବେହେରାଙ୍କୁ ବିଜେଡି ଯୁବ ସଂଗଠକ କ୍ୟାପଟେନ୍‌ ରାଜ ନାରାୟଣ ମହାପାତ୍ର ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ଏହି ବିଜୟ ପାଇଁ ସଭାପତି ଓ ସମ୍ପାଦକ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ ସ୍ଥାନୀୟ ଯୁବ ସଂଗଠକ କ୍ୟାପଟେନ୍‌ ରାଜ ନାରାୟଣ ମହାପାତ୍ରଙ୍କୁ ଶ୍ରେୟ ଦେଇଥିବା ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *