ବଡ଼ଚଣାବାସୀଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରି କଲେ ପୂଜାର୍ଚ୍ଚନା
ଚଣ୍ଡିଖୋଲ, (ଓଡ଼ିଶ୍ରୀ ସମ୍ବାଦ): ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ବିଭିନ୍ନ ସ୍ଥାନରେ ଶ୍ରଦ୍ଧା, ଭକ୍ତି ଓ ଆନନ୍ଦ ଉଲ୍ଲାସର ସହ ଦୁର୍ଗାପୂଜା ପାଳିତ ହୋଇଯାଇଛି। ଏହି ଅବସରରେ ବଡ଼ଚଣାର ଯୁବନେତା ମହେଶ୍ୱର ପରିଡ଼ା ବ୍ଲକ ଅନ୍ତର୍ଗତ ପାଥପୁର, ବରପଦା, ବଣିଆରୀ ସମେତ ବିଭିନ୍ନ ସ୍ଥାନର ପୂଜା ମଣ୍ଡପ ପରିଦର୍ଶନ କରି ମା’ ଦୁର୍ଗାଙ୍କ ଦର୍ଶନ କରିଥିଲେ।
ଏହି ସମୟରେ ସେ ମା’ଙ୍କ ନିକଟରେ ବଡ଼ଚଣାବାସୀଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରି ପୂଜାର୍ଚ୍ଚନା କରିଥିଲେ। ବିଭିନ୍ନ ପୂଜା କମିଟି ପକ୍ଷରୁ ଶ୍ରୀ ପରିଡ଼ାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ପରିଦର୍ଶନ ସମୟରେ ମହେଶ୍ୱର ପରିଡ଼ାଙ୍କ ସହ ବିଷ୍ଣୁ ଚରଣ ସାମଲ, ବିରଞ୍ଚି ନାରାୟଣ ପରିଡ଼ା, ରତିକାନ୍ତ ବେହେରା, ଖଗେଶ୍ୱର ସାହୁ, କିଶୋର ବାରିକ, ହେମନ୍ତ କୁମାର ସ୍ୱାଇଁ, ସ୍ମୃତି ରଞ୍ଜନ ପରିଡ଼ା, ଦିଗାମ୍ବର ମଲ୍ଲିକ, ନିଶିକାନ୍ତ ପରିଡ଼ା, ଶୁଭ୍ରଜିତ୍ ରାଉତ, ସମୀର ଦାସ, ଖଗେଶ୍ୱର ଦଳେଇ, ଦିବାକର ଦଳେଇ, ଅପୂଜା ଦଳେଇ, କୈଳାସ ଦଳେଇ, ନିର୍ମଳ ଜେନା, ମୋହନ ଜେନା, ଇନ୍ଦୁ ଭୂଷଣ ଜେନା, ଅମୀୟ ରଞ୍ଜନ ମହାପାତ୍ର ଓ ବିକ୍ରମ ସିଂହଙ୍କ ସମେତ ଅନ୍ୟମାନେ ବିଭିନ୍ନ ପୂଜା ମଣ୍ଡପ ବୁଲି ମା’ଙ୍କ ଦର୍ଶନ କରିଥିଲେ।
