• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଆନ୍ତର୍ଜାତୀୟ ସମ୍ମିଳନୀରେ ଯୁବ ଗବେଷକ କୁମାରେଶ ନାୟକଙ୍କ ଯୋଗଦାନ

Byodishri Live

Oct 24, 2026

ମୟୂରଭଞ୍ଜ (ଓଡ଼ିଶ୍ରୀ ସମ୍ବାଦ): ନେପାଳର ରାଜଧାନୀ କାଠମାଣ୍ଡୁସ୍ଥିତ ନେପାଳ ନ୍ୟାସନାଲ ଲ କଲେଜ ପରିସରରେ ଆୟୋଜିତ ଦ୍ୱିବାର୍ଷିକ ଆନ୍ତର୍ଜାତୀୟ ସମ୍ମିଳନୀ ଉଦ୍‌ଯାପିତ ହୋଇଯାଇଛି। ପଲିଟିକାଲ ସାଇନ୍ସ ଷ୍ଟଡି ଆଣ୍ଡ ରିସର୍ଚ୍ଚ ସେଣ୍ଟର, ନେପାଳ, ୟୁପିଏସ୍‌ଏସ୍‌, ଭାରତ ଏବଂ ନେପାଳ ନ୍ୟାସନାଲ ଲ କଲେଜର ମିଳିତ ଆନୁକୂଲ୍ୟରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା।

ନେପାଳର ପୂର୍ବତନ ମୁଖ୍ୟ ବିଚାରପତି ହରିକ୍ରୀଷ୍ଣ କାର୍କି ଏହି ଆନ୍ତର୍ଜାତୀୟ ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ। ବିଭିନ୍ନ ଦକ୍ଷିଣ ଏସୀୟ ରାଷ୍ଟ୍ରର ପ୍ରତିନିଧିମାନଙ୍କୁ ନେଇ ଆୟୋଜିତ ଏହି ସମ୍ମିଳନୀରେ ମୟୂରଭଞ୍ଜର ଯୁବ ରାଜନୀତି ବିଜ୍ଞାନ ଗବେଷକ କୁମାରେଶ ନାୟକ ଯୋଗଦେଇ ନିଜର ଗବେଷଣାତ୍ମକ ନିବନ୍ଧ ଉପସ୍ଥାପନ କରିଥିଲେ।

ସମ୍ମିଳନୀରେ ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗଭିତ୍ତିକ ସମ୍ପର୍କ ସୁଦୃଢ଼ କରିବା ଏବଂ ଏକ ମିଳିତ ମଞ୍ଚ ପ୍ରତିଷ୍ଠା କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏପରି ସହଯୋଗ ଆଗାମୀ ଦିନରେ ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକୁ ଏକ ଶକ୍ତିଶାଳୀ ଆଞ୍ଚଳିକ ଗୋଷ୍ଠୀ ଭାବେ ଗଢ଼ି ତୋଳିବାରେ ସହାୟକ ହେବ ବୋଲି ସମ୍ମିଳନୀରେ ମତ ପ୍ରକାଶ ପାଇଥିଲା।

ଆନ୍ତର୍ଜାତୀୟ ସ୍ତରର ଏହି ସମ୍ମିଳନୀରେ କୁମାରେଶ ନାୟକଙ୍କ ଯୋଗଦାନ ମୟୂରଭଞ୍ଜ ଜିଲ୍ଲା ପାଇଁ ଗୌରବର ବିଷୟ ହୋଇଛି।

Spread the love

Leave a Reply

Your email address will not be published. Required fields are marked *