• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଡକ୍ଟରେଟ୍ ଉପାଧିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ମହେଶ୍ୱର ପରିଡ଼ା

Byodishri Live

Oct 24, 2026

ଚଣ୍ଡିଖୋଲ, (ଓଡ଼ିଶ୍ରୀ ସମ୍ବାଦ): ସମାଜସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ସମାଜର ଅବହେଳିତ, ନିଷ୍ପେଷିତ ଓ ନିର୍ଯାତିତ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଥିବା ଯୁବ ସମାଜସେବୀ ମହେଶ୍ୱର ପରିଡ଼ା ନିଜର ଡକ୍ଟରେଟ୍ ଉପାଧିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।

ଗତକାଲି ନୂଆଦିଲ୍ଲୀଠାରେ ଭାରତ ସରକାରଙ୍କ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦିତ ବୋଲି ଉଲ୍ଲେଖ କରାଯାଇଥିବା ଆଇକୋନିକ୍ ହ୍ୟୁମାନ୍ ରାଇଟ୍ସ ଆଣ୍ଡ ଏଜୁକେସନାଲ୍ ଅର୍ଗାନାଇଜେସନ୍‌ (IHREO) ପକ୍ଷରୁ ତାଙ୍କୁ ଏହି ଉପାଧି ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ନିର୍ଦ୍ଦେଶକ ଓ ଅଧ୍ୟକ୍ଷଙ୍କୁ ପ୍ରଦତ୍ତ କ୍ଷମତା ଏବଂ ମୂଲ୍ୟାୟନ ବୋର୍ଡର ସୁପାରିସ ଆଧାରରେ ମହେଶ୍ୱର ପରିଡ଼ାଙ୍କୁ ଡକ୍ଟରେଟ୍ ଉପାଧି ଦିଆଯାଇଥିବା ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି।

ଏହି ସମ୍ମାନ ପାଇବା ପରେ ଶ୍ରୀ ପରିଡ଼ା କହିଛନ୍ତି ଯେ ବଡ଼ଚଣାବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ସହିତ ଜଗତର ନାଥ ଜଗନ୍ନାଥଙ୍କ କୃପାରୁ ତାଙ୍କୁ ଏହି ସମ୍ମାନ ମିଳିଛି। ଏହି ଉପାଧି ତାଙ୍କୁ ଆଗାମୀ ଦିନରେ ଅଧିକରୁ ଅଧିକ ସମାଜସେବା କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ସେ ପ୍ରକାଶ କରିଛନ୍ତି।

ମହେଶ୍ୱର ପରିଡ଼ାଙ୍କ ଏହି ସଫଳତା ପାଇଁ ବଡ଼ଚଣା ଅଞ୍ଚଳର ବିଭିନ୍ନ ସାମାଜିକ ସଂଗଠନ, ସାଂସ୍କୃତିକ ଅନୁଷ୍ଠାନ, ବୁଦ୍ଧିଜୀବୀ, ଶିକ୍ଷାବିତ୍‌ ଓ ବିଭିନ୍ନ ବ୍ୟକ୍ତିବିଶେଷ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *