• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବୋରୀରେ ଧୁମ୍‌ଧାମରେ ପାଳିତ ହେଲା ଦଶମ ମା’ ଗଜଲକ୍ଷ୍ମୀ ପୂଜା

Byodishri Live

Oct 26, 2026

ବେଲଗୁଣ୍ଠା: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ଅନ୍ତର୍ଗତ ବୋରୀ ଗ୍ରାମରେ ଜୟ ଜଗନ୍ନାଥ କମିଟି ପକ୍ଷରୁ ଦଶମ ବାର୍ଷିକ ମା’ ଗଜଲକ୍ଷ୍ମୀ ପୂଜା ଧୁମ୍‌ଧାମରେ ପାଳିତ ହୋଇଯାଇଛି। ମା’ଙ୍କ ଆକର୍ଷଣୀୟ ମୂର୍ତ୍ତି, ସୁନ୍ଦର ମେଢ଼ ଓ ମନୋରମ ସାଜସଜ୍ଜା ଶ୍ରଦ୍ଧାଳୁଙ୍କ ମନ ମୋହିଥିଲା।

ପୂଜା ଅବସରରେ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ସହ ମା’ ସରସ୍ୱତୀ, ବିଘ୍ନରାଜ ଗଣପତି ଓ ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ସ୍ଥାପନ କରାଯାଇଥିଲା। ଶନିବାର ସନ୍ଧ୍ୟାରେ ୬୦ ଜଣ ମାନସିକଧାରୀ ବୋରୀ ଘାଇ ପୁଷ୍କରିଣୀରେ କଳସ ବୁଡ଼ାଇ ଗ୍ରାମର ବିଭିନ୍ନ ସାହି ପରିକ୍ରମା କରିବା ପରେ ପୂଜା ମଣ୍ଡପରେ କଳସ ସ୍ଥାପନ କରିଥିଲେ।

ରବିବାର ସକାଳେ ସୂର୍ଯ୍ୟପୂଜା, ଗୋପୂଜନ, ପୀଠପୂଜା ଓ ପୁଷ୍ପାଞ୍ଜଳି ଅର୍ପଣ ସହ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଥିଲା। ପୂଜାର କର୍ତ୍ତା ଓ କର୍ତ୍ତୀ ଭାବେ ସମାଜସେବୀ ପିତାମ୍ବର ବିଷୋୟୀ (ଚିତ) ଓ ତାଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳି ବିଷୋୟୀ ଦାୟିତ୍ୱ ତୁଲାଇଥିଲେ। ପଣ୍ଡିତ ଶ୍ରୀକାନ୍ତ ତ୍ରିପାଠୀ (ଟୁକୁନା) ଓ ତାଙ୍କ ସହଯୋଗୀମାନେ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ।

ଏହି ଅବସରରେ ୧୦୦୮ ଦୀପ ପ୍ରଜ୍ୱଳନ, ନାମସଂକୀର୍ତ୍ତନ ଓ କୁନିକୁନି ପିଲାଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିସହ ପ୍ରାୟ ୮ ହଜାର ଶ୍ରଦ୍ଧାଳୁଙ୍କ ପାଇଁ କମିଟି ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

ଜୟ ଜଗନ୍ନାଥ କମିଟିର ସଭାପତି ପିତାମ୍ବର ବିଷୋୟୀ (ଚିତ)ଙ୍କ ସହ ଦୁଃଖୀରାମ ବିଷୋୟୀ, ସାଗର ବିଷୋୟୀ, ରବୀନ୍ଦ୍ର ରଣା, ରିଙ୍କୁ ଭୂୟାଁ, ଯୁଗଳ ବିଶ୍ୱାଳ, ସୋନୁ ବିଷୋୟୀ, ଧନୁ ବିଷୋୟୀ ଏବଂ ଗ୍ରାମବାସୀଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *