ଭୁବନେଶ୍ୱର (ଓଡ଼ିଶ୍ରୀ ସମ୍ବାଦ): ଓରାଂଉଟାନ୍ ଉଦ୍ଧାର ଘଟଣାକୁ ନେଇ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ବୈଷୟିକ କମିଟି ପକ୍ଷରୁ ଅନୁଧ୍ୟାନ କରାଯାଇଛି। ପିସିସିଏଫ୍ (ୱାଇଲ୍ଡଲାଇଫ୍), ଓଡ଼ିଶାଙ୍କ ଦ୍ୱାରା ଗଠିତ ବୈଷୟିକ କମିଟିର ସଦସ୍ୟମାନେ ଗତକାଲି ଅପରାହ୍ନରେ ନନ୍ଦନକାନନର ହାତପୋଷା ଓ ଶିଶୁ ଯତ୍ନ କେନ୍ଦ୍ର ପରିଦର୍ଶନ କରିଥିଲେ।
ସମସ୍ତ ଜୈବ-ସୁରକ୍ଷା ନିୟମ ପାଳନ କରି କମିଟି ସଦସ୍ୟମାନେ କ୍ୱାରେଣ୍ଟାଇନ୍ ଅଞ୍ଚଳ ବୁଲି ଦେଖିଥିଲେ। ଏହାସହ ସେଠାରେ ରହୁଥିବା ୫ଟି ଶିଶୁ ଓରାଂଉଟାନ୍ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଥିଲା।
କମିଟି ପକ୍ଷରୁ ଆଜି ଅଧିକ ଅନୁଧ୍ୟାନ ଓ ଆଲୋଚନା କରାଯିବା ପରେ ପରିଦର୍ଶନର ଆକଳନ ରିପୋର୍ଟ ଦାଖଲ କରାଯିବ ବୋଲି ଜଣାପଡ଼ିଛି।
ସେପଟେ ନନ୍ଦନକାନନର କାଚ ଘରରେ ରହୁଥିବା ଓରାଂଉଟାନ୍ ଛୁଆମାନଙ୍କୁ ଆଗାମୀ ଦିନରେ ଖୋଲା ଏନ୍କ୍ଲୋଜର ବା ଖୁଆଡ଼କୁ ଆଣିବା ପାଇଁ ମଧ୍ୟ ଯୋଜନା କରାଯାଇଥିବା ସୂଚନା ମିଳିଛି।
