• Sat. Nov 7th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ବୈଠକରେ ହଟଗୋଳ, ଅନଶନରେ ବସିଲେ ରାଜନଗର ବିଧାୟକ

Byodishri Live

Sep 18, 2026

କେନ୍ଦ୍ରାପଡ଼ା (ଓଡ଼ିଶ୍ରୀ ସମ୍ବାଦ): କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଷଷ୍ଠ ଜିଲ୍ଲାପରିଷଦର ନବମ ସାଧାରଣ ଅଧିବେଶନ ଚାଲିଥିବା ବେଳେ ହଟଗୋଳ ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି। ବୈଠକ ଚାଲୁଥିବା ସମୟରେ ରାଜନଗର ବିଧାୟକ ଧ୍ରୁବ ସାହୁ ତଳେ ବସି ପ୍ରତିବାଦ ଜଣାଇଥିବା ଦୃଶ୍ୟ ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ଏକ ସରକାରୀ କାର୍ଯ୍ୟର ଶୁଭ ଶିଳାନ୍ୟାସ ପାଇଁ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କୁ ନିମନ୍ତ୍ରଣ କରାଯାଇଥିଲା। ତେବେ ଶିଳାନ୍ୟାସ କାର୍ଯ୍ୟକ୍ରମ ସମୟରେ ବ୍ୟାଘାତ ଘଟିବାର ସମ୍ଭାବନା ଥିବା ଦର୍ଶାଇ କାର୍ଯ୍ୟକ୍ରମକୁ ବାତିଲ୍ କିମ୍ବା ସ୍ଥଗିତ ରଖାଯିବ ବୋଲି କୁହାଯାଇଥିବା ଅଭିଯୋଗ ହୋଇଛି।

ଏହାକୁ ନେଇ ବିଧାୟକ ଅସନ୍ତୋଷ ପ୍ରକାଶ କରିବା ସହ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ତଳେ ବସି ପ୍ରତିବାଦ କରିଥିବା ଜଣାପଡ଼ିଛି। ଏହି ଘଟଣା ସମୟର ଦୃଶ୍ୟ ଏବେ ସାମ୍ନାକୁ ଆସିଛି।

ଶିଳାନ୍ୟାସ କାର୍ଯ୍ୟକ୍ରମକୁ ନେଇ ଏପରି ପରିସ୍ଥିତି କାହିଁକି ସୃଷ୍ଟି ହେଲା ଏବଂ କାର୍ଯ୍ୟକ୍ରମ ବାତିଲ୍ କିମ୍ବା ସ୍ଥଗିତ କରାଯିବା ପଛରେ ପ୍ରକୃତ କାରଣ କଣ, ତାହାକୁ ନେଇ ଚର୍ଚ୍ଚା ଜାରି ରହିଛି।

Spread the love

Leave a Reply

Your email address will not be published. Required fields are marked *