• Sat. Nov 7th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଧର୍ମଗଡ଼ ଯୁବ କଂଗ୍ରେସ ସଭାପତି ପଦ ପାଇଁ ଉଦିତ ନାରାୟଣ ଠାକୁରଙ୍କ ନାମାଙ୍କନ ଦାଖଲ

Byodishri Live

Nov 7, 2026

ଯୁବ ସଂଗଠନକୁ ମଜବୁତ କରିବା ସହ ବେକାରୀ, ଶିକ୍ଷା ଓ ଆଞ୍ଚଳିକ ବିକାଶକୁ ଗୁରୁତ୍ୱ ଦେବା ଲକ୍ଷ୍ୟ

ଧର୍ମଗଡ଼ (ଓଡ଼ିଶ୍ରୀ ସମ୍ବାଦ): ରାଜ୍ୟବ୍ୟାପୀ ଯୁବ କଂଗ୍ରେସର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ପଦ ପାଇଁ ଦଣ୍ଡପାଟ ଅଞ୍ଚଳର ଯୁବନେତା ଉଦିତ ନାରାୟଣ ଠାକୁର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଯୁବ କଂଗ୍ରେସ ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ସହ ଯୁବପିଢ଼ିଙ୍କୁ ସଂଗଠନରେ ଅଧିକ ସକ୍ରିୟ କରିବା ଏହି ସାଂଗଠନିକ ନିର୍ବାଚନର ଉଦ୍ଦେଶ୍ୟ ବୋଲି କୁହାଯାଉଛି।

ଧର୍ମଗଡ଼ ନିର୍ବାଚନମଣ୍ଡଳୀର ଯୁବପିଢ଼ିଙ୍କ ସମସ୍ୟା, ବେକାରୀ, ଶିକ୍ଷା, ନିଯୁକ୍ତି ଓ ଆଞ୍ଚଳିକ ବିକାଶ ଭଳି ପ୍ରସଙ୍ଗକୁ ଗୁରୁତ୍ୱ ଦେବା ସହ ଯୁବସମାଜର ସ୍ୱରକୁ ସାଂଗଠନିକ ସ୍ତରରେ ଉପସ୍ଥାପନ କରିବା ତାଙ୍କର ଲକ୍ଷ୍ୟ ବୋଲି ଜଣାପଡ଼ିଛି।

ଦଣ୍ଡପାଟ ଅଞ୍ଚଳରୁ ଉଦିତ ନାରାୟଣ ଠାକୁରଙ୍କ ନାମାଙ୍କନକୁ ନେଇ ସ୍ଥାନୀୟ ଯୁବ କଂଗ୍ରେସ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିବା ସୂଚନା ମିଳିଛି। ଯୁବଶକ୍ତିର ଏକତା, ସାଂଗଠନିକ ମଜବୁତି ଓ ଜନସାଧାରଣଙ୍କ ସମସ୍ୟାକୁ ପ୍ରାଥମିକତା ଦେବା ଲକ୍ଷ୍ୟରେ ସେ ସଭାପତି ପଦ ପାଇଁ ନିଜର ଦାବିଦାରୀ ଉପସ୍ଥାପନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *