• Sat. Nov 7th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବିଶିଷ୍ଟ ସମାଜସେବୀ ଦୈତାରୀ ନାୟକଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

Byodishri Live

Nov 7, 2026

ବିଭିନ୍ନ ରାଜନୈତିକ ଓ ସାମାଜିକ ବ୍ୟକ୍ତିତ୍ୱଙ୍କ ଯୋଗଦାନ; ଦିବଂଗତଙ୍କ ସ୍ମୃତିଚାରଣ

ମାର୍ଶାଘାଇ (ଓଡ଼ିଶ୍ରୀ ସମ୍ବାଦ): କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ୍‌ ଅନ୍ତର୍ଗତ ବଛେରେଇଠାରେ ବିଶିଷ୍ଟ ସମାଜସେବୀ ଦୈତାରୀ ନାୟକଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା। ପ୍ରଫୁଲ୍ଲ ବେଉରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବିଭିନ୍ନ ରାଜନୈତିକ ଓ ସାମାଜିକ କ୍ଷେତ୍ରର ବ୍ୟକ୍ତିବିଶେଷ ଯୋଗଦେଇ ଦିବଂଗତ ଦୈତାରୀ ନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ସଭାରେ ପାଟକୁରାର କଂଗ୍ରେସ ନେତା ରତିକାନ୍ତ କାନୁନଗୋ, ରାଜ୍ୟ କଂଗ୍ରେସ ସମ୍ପାଦକ ପ୍ରଫୁଲ୍ଲ ଦାସ, ରାଜ୍ୟ କଂଗ୍ରେସ ସମ୍ପାଦକ ଉପେନ୍ଦ୍ର ବେହେରା ଏବଂ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ଉପସଭାପତି ସୁବ୍ରାଂଶୁ ଲେଙ୍କାଙ୍କ ସମେତ ମାର୍ଶାଘାଇ ବ୍ଲକ୍‌ର ବହୁ ନେତୃବୃନ୍ଦ ଯୋଗଦେଇଥିଲେ।

ଉପସ୍ଥିତ ବ୍ୟକ୍ତିମାନେ ଦୈତାରୀ ନାୟକଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *