• Sat. Nov 7th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଆବାସ ଗୃହ ସମୀକ୍ଷା ବେଳେ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗ: ମେଟ୍‌ ଗିରଫ

Byodishri Live

Nov 7, 2026

କୋଟଗଡ଼ ଥାନାରେ ମାମଲା ରୁଜୁ; କୋର୍ଟ ଚାଲାଣ ପରେ ଅଭିଯୁକ୍ତ ବିଚାର ବିଭାଗୀୟ ହାଜତକୁ

ବାଲିଗୁଡ଼ା, (ଓଡ଼ିଶ୍ରୀ ସମ୍ବାଦ): ସରକାରୀ ଆବାସ ଗୃହ ନିର୍ମାଣ କାର୍ଯ୍ୟର ସମୀକ୍ଷା ସମୟରେ ଜଣେ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗରେ କନ୍ଧମାଳ ଜିଲ୍ଲାର କୋଟଗଡ଼ ପୁଲିସ ଜଣେ ମେଟ୍‌ଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ରାଣୀପଙ୍ଗା ପଞ୍ଚାୟତ ଅନ୍ତର୍ଗତ ପାଙ୍ଗାଲି ଗ୍ରାମର ଆମନ ପ୍ରଧାନ। ତାଙ୍କୁ କୋର୍ଟରେ ହାଜର କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, କୋଟଗଡ଼ ବ୍ଲକ୍‌ର ରାଣୀପଙ୍ଗା ପଞ୍ଚାୟତ ଅଧୀନ ଗୁହେରଗାଁ, ପାଙ୍ଗାଲି ଓ ରାଣୀପଙ୍ଗା ଗ୍ରାମରେ ଚାଲିଥିବା ଆବାସ ଗୃହ ନିର୍ମାଣ କାମର ସମୀକ୍ଷା କରିବାକୁ ଏଡିଓ ଆନନ୍ଦ ବେହେରଦଳେଇ ଓ ପିଇଓ ରଞ୍ଜନ ପ୍ରଧାନ ଯାଇଥିଲେ। ଏହି ସମୟରେ ପାଙ୍ଗାଲି ଗ୍ରାମର ଆମନ ପ୍ରଧାନ ପଛପଟୁ ଆସି ଏଡିଓଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଆକ୍ରମଣରେ ଏଡିଓଙ୍କ ବାମ କାନରେ ଗଭୀର ଆଘାତ ଲାଗିବା ସହ ରକ୍ତସ୍ରାବ ହୋଇଥିଲା। ଏହି ଘଟଣା ପରେ ଆହତ ଏଡିଓ ଏବଂ ଏଡିଓ ସଂଘ ପକ୍ଷରୁ ଜିପିଡିଓ ଲଳିତ ମୋହନ ସାହୁ ଓ ବିଡିଓଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିଲା। ଏଥିସହ କୋଟଗଡ଼ ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦାଖଲ କରାଯାଇଥିଲା।

ଅଭିଯୋଗ ଆଧାରରେ କୋଟଗଡ଼ ପୁଲିସ କେସ୍‌ ନମ୍ବର ୨୦୧/୨୦୨୬ରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୨୬(୨), ୨୯୬, ୧୦୯(୧), ୧୩୨ ଓ ୩୫୧(୩) ଅନୁଯାୟୀ ମାମଲା ରୁଜୁ କରିଥିଲା। ମାମଲାର ତଦନ୍ତକାରୀ ଅଧିକାରୀ ଜିତେନ୍ଦ୍ର ବେହେରା ତଦନ୍ତ କରି ଅଭିଯୁକ୍ତ ଆମନ ପ୍ରଧାନଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲେ।

ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏବଂ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *