• Sun. Nov 8th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବିନା ଅନୁମତିରେ ଗଛକଟା ଓ ଆର୍ଥିକ ଅନିୟମିତତା ଅଭିଯୋଗ, ଫରେଷ୍ଟର ନିଲମ୍ବିତ

Byodishri Live

Sep 19, 2026

ନବରଙ୍ଗପୁର (ଓଡ଼ିଶ୍ରୀ ସମ୍ବାଦ): ବିନା ଅନୁମତିରେ ଗଛକଟା ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଜଣେ ଫରେଷ୍ଟର। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେଞ୍ଜ ଅଧୀନ ମୈଦଲପୁର ସେକ୍ସନରେ କାର୍ଯ୍ୟରତ ଫରେଷ୍ଟର ବିପିନ କୁମାର ହରିଜନଙ୍କ ବିରୋଧରେ ବିଭାଗୀୟ ଭାବେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି।

ପୂର୍ବରୁ ଝରିଗାଁ ମୋହରା ସେକ୍ସନରେ କାର୍ଯ୍ୟରତ ଥିବା ସମୟରେ ଦେଓବନ୍ଧରୁ ଜାମାଦରପଡ଼ା ରାସ୍ତାରେ ଥିବା ୟୁକାଲିପ୍ଟସ୍‌ ବା ନୀଳଗିରି ଗଛ ବିନା ଅନୁମତିରେ କାଟିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।

ଅଭିଯୋଗ ଆଧାରରେ ତଦନ୍ତ ପରେ ଆର୍ଥିକ କାରବାରରେ ମଧ୍ୟ ଅନିୟମିତତା ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ଏନେଇ ବିଭାଗ ପକ୍ଷରୁ ଅଗଷ୍ଟ ୧ ତାରିଖରେ ଫରେଷ୍ଟର ବିପିନ କୁମାର ହରିଜନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା।

ତେବେ ନୋଟିସ୍‌ର ଉତ୍ତର ବିଭାଗ ପକ୍ଷରୁ ସନ୍ତୋଷଜନକ ନଥିବା ଦର୍ଶାଇ ନବରଙ୍ଗପୁର ଡିଏଫ୍‌ଓଙ୍କ ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *